ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

ରେଣ୍ଡୋ ମାଝି ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ମୁକ୍ତି ସଂଗ୍ରାମୀ ତଥା ଆଦିବାସୀ ମାନଙ୍କର ସର୍ଦ୍ଦାର ଥିଲେ । ସେ ନିଜ ଭିଟାମାଟି ଏବଂ ଆଦିବାସୀମାନଙ୍କ ସୁରକ୍ଷା ତଥା ଡଙ୍ଗରିଆ ଓ ଝରଣିଆ କନ୍ଧଙ୍କ ଜୀବନଜୀବିକା ପାଇଁ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ବ୍ରିଟିଶଙ୍କ ଗୁଳିମାଡ଼ରେ ୧୮୫୫ ମସିହା ଡିସେମ୍ବର ୧୦ ତାରିଖ ଦିନ ସହିଦ ହୋଇଥିଲେ । ସେହି ମହାନ ମାନିସୀଙ୍କର ସ୍ମରଣରେ ପ୍ରତ୍ୟେକ ବର୍ଷ ଏହି ଦିନକୁ ଆଦିବାସୀ ସମ୍ପ୍ରଦାୟ ସହିଦ ଦିବସ ଭାବେ ପାଳନ କରନ୍ତି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ମଧ୍ୟ ଆଜି ଅଞ୍ଚଳର ଶତାଧିକ ଆଦିବାସି ଏକତ୍ରିତ ହୋଇ ସ୍ଥାନୀୟ ଗୀତା ଭବନ ପାଖରୁ ବିଶାଳ ଶୋଭାଯାତ୍ରାରେ ଖଣ୍ଡା ଖର୍ପର ଧନୁ ତୀର ଧରି ସ୍ଥାନୀୟ ତହସିଲ ଅଫିସ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୁଭାଯାତ୍ରାରେ ସଭାପତି ମନୋଜ ପାତ୍ର କାଯ୍ୟକରୀ ସଭାପତି ଗଙ୍ଗାଧର ପାତ୍ର ସଂପାଦକ ପୁରୁଷୋତମ ମାଝୀ , କୋଷାଧକ୍ଷ ପୁରଞ୍ଜନ ପୂଜାରୀ ,ଜଗମୋହନ ମାଝୀ, ଡ଼ମୁରୁଧର ନାଏକ ,ଭୋଲାରାମ ନାଏକ ସମେତ ସଂଗଠନର ଅନେକ ବରିଷ୍ଠ ସଦଶ୍ୟ ଯୋଗ ଦେଇଥିଲେ । ରେଣ୍ଡୋ ମାଝି ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ସେ କଳାହାଣ୍ଡି ଜିଲ୍ଲା ମଦନରାମ ପୁର ବ୍ଲକ ଉର୍ଲାଦାନୀ ଗ୍ରାମ ରେ ୧୮୫୩ ମସିହା ରେ ଡାବିଶ ମାଝୀ ଙ୍କ କୋଳରୁ ଜନ୍ମ ଗ୍ରହଣ କରିଥିଲେ । ସେ ପିଲା ଦିନେ ତୀର ଓ ନୈକା ଚାଳାନା ରେ ଦକ୍ଷତା ହାସଲ କରି ଥିଲେ । ନିଜକୁ କନ୍ଦ ସମାଜ ରେ ସର୍ଦ୍ଦାର ଭାବେ ପ୍ରତିପାଦିତ ହୋଇଥିଲେ ।

ଯେତେବେଳେ ଓଡ଼ିଶାର ବିଭିନ୍ନ ପାହାଡ଼ିଆ କନ୍ଧ ବିଦ୍ରୋହରେ ଉଠିଥିଲେ, କାଲାହାଣ୍ଡିରେ ଏହାକୁ ବୋରିକିଆ କନ୍ଧ ରେଣ୍ଡୋ ମାଝି ନେତୃତ୍ୱ ନେଇଥିଲେ। ୧୮୫୩ ମସିହାରେ ଲେଫ୍ଟ ମାକନେଲ ରିଣ୍ଡୋ ମାଜିଙ୍କୁ ଗିରଫ କରି ରସାଲକଣ୍ଡା ଜେଲରେ ବନ୍ଦୀ କରି ରଖିଥିଲେ । ଦୁଇ ବର୍ଷ ପରେ ୧୮୫୫ ମସିହାରେ ଲେଫ୍ଟ ମାକନେଲ ରିଣ୍ଡୋ ମାଜିଙ୍କୁ ଗୋଡ ଓ ହାତରେ ଲୁହା ଚେନରେ ବାନ୍ଧି ଗାଁଗାଁକୁ ନେଇ କନ୍ଧ ନେତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ । ତେବେ ନେତାଙ୍କ ଉପରେ ଏପରି ନିଷ୍ଠୁର ତଥା ଅମାନୁଷିକ କାର୍ଯ୍ୟର ସାକ୍ଷୀ ରହି କାନ୍ଦା ସହନଶୀଳତା ଛାଡି ବାହାରକୁ ଯାଇ ଏହାର ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ । ସେମାନେ ଡିସେମ୍ବର ୧୦ ରେ ଉର୍ଲାଦାନୀରେ ଲେଫ୍ଟ ମାକନେଲଙ୍କ ବାସଭବନ ଉପରେ ଆକ୍ରମଣ କରିଥିଲେ ।କିନ୍ତୁ ବ୍ରିଟିଶମାନେ ବନ୍ଧୁକ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରରେ ଆକ୍ରମଣ କରି ଶତାଧିକ ଆଦିବାସୀଙ୍କୁ ଜୀବନ ନେଇଥିଲେ । ପରେ ରେଣ୍ଡୋ ମାଝୀଙ୍କୁ ଏହି ଘଟଣାର ଦାୟୀ ଦେଇ ଫାଶୀ ଦିଆଯାଇଥିଲା । ସେହି ଦିନଠାରୁ ଆଦିବାସୀ ସମ୍ପ୍ରଦାୟଏହି ପରି ପ୍ରତି ବର୍ଷ ସହିଦ ଦିବସ ପାଳନ କରି ଆସୁଛନ୍ତି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ପ୍ରେମ ଦୀର୍ଘଜୀବି ଯୁଗେ ଯୁଗେ

ପଦ୍ମପୁର ବିଧାନସଭା ଆସନରେ ବିଜେଡି ଦଳର ବିପୁଳ ବିଜୟ ନେଇ ଡାବୁଗାଁ ବ୍ଲକ ସଦର ମହକୁମାରେ ବିଜୟ ଉଚ୍ଛବ ପାଳିତ

Sunil Chandra Nayak

Leave a Comment

error: Content is protected !!