ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

ରାଉରକେଲା ୦୧ ଅକ୍ଟୋବର ୨୦୨୨; ଶାରଦୀୟ ପୂଜା ଏବଂ ହକି ବିଶ୍ବକପ୍‌କୁ ନଜରରେ ରଖି ଶନିବାର ରାଉରକେଲା ମହାନଗର ନିଗମ ସଭାଗୃହରେ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବଚ୍ଛତା, ରୋଷେଇ ଏବଂ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଜଳର ଉତ୍ସ, ଖାଦ୍ୟ ପ୍ରସ୍ତୁତି ଶୈଳୀ ଆଦି ଉପରେ ଗୁରୁତ୍ବ ଦିଆଯାଇଥିଲା। ଅନ୍ୟପକ୍ଷରେ ରାଉରକେଲା ମହାନଗର ନିଗମର ସହର ସ୍ବାସ୍ଥ୍ୟ ଅଧିକାରୀ ଡ. ସୁଶୀଳ କୁମାର ପରିଡ଼ା ଉପସ୍ଥିତ ରହି ହୋଟେଲ ଓ ରେଷ୍ଟୁରାଣ୍ଟ ପରିସର ସଫା ରଖିବା, ଖାଦ୍ୟର ମାନ ଯାଞ୍ଚ କରିବା ଏବଂ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହାସହିତ ରାଉରକେଲା ମହାନଗର ନିଗମର ପରାମର୍ଶଦାତା ପ୍ରଶାନ୍ତ ନାୟକ ଆଗାମୀ ହକି ବିଶ୍ବକପ୍‌ ଅବସରରେ ରାଉରକେଲାର ଆତିଥ୍ୟ ସମସ୍ତ ଅତିଥିଙ୍କ ପାଇଁ କିଭଳି ସ୍ମରଣୀୟ ହୋଇପାରିବ ସେ ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଏମ୍‌ସି ଖାଦ୍ୟ ନିରାପତ୍ତା ଅଧିକାରୀ, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ‌ର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ଆସୋସିଏସନ‌ର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗରିମା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

ଜାମନଗରରେ ଆୟୋଜିତ ସର୍ବଭାରତୀୟ ଭର୍ସାଟାଇଲ୍ କପ୍ ଓପନ୍ କରାଟେ ଚାମ୍ପିଅନସିପରେ ଓଡ଼ିଆ ପୁଅ ତପନ ଗଉଡ଼ଙ୍କ କମାଲ

Sunil Chandra Nayak

Leave a Comment

error: Content is protected !!