ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଡେଲ ଡିଗ୍ରୀ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ

ନବରଙ୍ଗପୁର,୧୧/୧୨(ମସିହା)ନବରଙ୍ଗପୁର ଜିଲ୍ଲାରେ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭରେ ମାଦଳର ତାଳେତାଳେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥିବାବେଳେ, ଟିର୍ଲୀଆମ୍ବଗୁଡା ସ୍ଥିତ ଆଦର୍ଶସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଯୁବରେଡ୍ କ୍ରସର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ସ୍ଵେଚ୍ଛାସେବୀ ଓ ଅଧ୍ୟାପକ ଅଧ୍ୟାପିକା ବହୁଳ ଭାବରେ ଅଂଶ ଗ୍ରହଣ କରି ସଫଳ କରିଥିଲେ।ଉକ୍ତ ଶିବିରକୁ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ଡିଏମଓ ନବରଙ୍ଗପୁର ଡ଼ାକ୍ତର ଲକ୍ଷ୍ମୀ ନାରାୟଣ ବିଶୋଇ ଏବଂ ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡାକ୍ତର ଦେବବ୍ରତ ଡାକୁଆ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତସଂଗ୍ରହକାରୀ ଦଳ ଅରୁଣ କୁମାର ତ୍ରିପାଠୀ, ମାର୍ଟିନ ଛତର, ହେମନ୍ତ ରାଉତ,ବିରେନ୍ଦ୍ର ବିଶୋଇ,କେଶବ ରାଓ , ରକ୍ତ ସଂଗ୍ରହ କରିଥିଲେ। ୮୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଥିଲା। ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ, ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା, ଡ ପୁରବୀ କର, ଡ ଲକ୍ଷ୍ମୀ ବେହେରା, ଅଭିଜିତ ଲେଙ୍କା ତଥା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ମୁଖ୍ୟ ଭୂମିକା ସଂପାଦନ କରିଥିଲେ। ସୋନୁ ସାହୁ,ମୋନାଲିସା ନାଗ,ସୁଲୋଚନା ନାୟକ, ଜିଭିଭି ରଞ୍ଜିତା, ସନ୍ଧ୍ୟାରଣୀ ପାଢ଼ୀ, ପଲ୍ଲବୀ ସାହୁ, ଶ୍ରବଣ କୁମାର ପୁଝାରୀ, ସୁମନ୍ତ ଵାଘେଲ,ଯୁଗଳ କରକରା, ଧନର ମାଝୀ, ବିକ୍ରମ ଭକ୍ତ , ସୋନାଲି ମହାପାତ୍ର,ନୀଳାଚଳ ଦାସ, ରବୀନ୍ଦ୍ର ମାଳି,ମୁରଲୀ ମୋହନ ନାୟକ,ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରି ଥିଲେ।ରକ୍ତ ଦାତାଙ୍କୁ ଫଳ, ମିଠା,ଅଣ୍ଡା,ଗ୍ଲୁକୋଜ ତଥା ଫଳରସ ମାଧ୍ୟମରେ ଆପ୍ୟାୟିତ କରିଥିଲେ ଅକ୍ଷୟ ଭକ୍ତ ଏଵଂ ପଦ୍ମା ହରିଜନ । ଶିବିର ଶେଷରେ ମୁଖ୍ୟ ଅତିଥି ସମସ୍ତ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ସାପ କାମୁଡ଼ାରେ ନାବାଳକ ମୃତ

Sunil Chandra Nayak

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜବର ଦଖଲକାରି କବଳ ରୁ କେବେ ମୁକୁଳିବ   ସାନ ମସିଗା ଯୁବକ ସଙ୍ଘ ଗ୍ରୁହ:ଜିଲ୍ଲା ପ୍ରଶାସନ କରୁ ହସ୍ତକ୍ଷେପ

Sunil Chandra Nayak

Leave a Comment

error: Content is protected !!