ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି କାର୍ଯ୍ୟାଳୟ – ଖୁସିରେ ଝୁମିଲେ , ମିଠା ବାଣ୍ଟିଲେ

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାଥିନି ଘୋଷଣା

ଭବାନୀପାଟଣା:୨୨/୬- ମ.ନି.ସ:-  ଓଡିଶାର ଝିଅ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିିିବ ।ଦେଶ ଶାସନ ର ମୁଖିଆ ହେବ। ଭାରତ ମାତା ର ସେବା କରିବ । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା ହେବାପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇ ଥିବାବେଳେ କଳାହାଣ୍ଡି ଜିଲ୍ଲା ବିଜେପି ମହଲ ରେ ନେତା ଓ କର୍ମୀ ମାନେ ଖୁସିରେ ଝୁମି ଉଠିଥିଲେ ।  ଏହି ଅବସରରେ କାର୍ଯ୍ଯାଳୟ ଠାରେ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ଯ ଶ୍ରୀ ରମେଶ ମାଝୀ ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ଶ୍ରୀ ଅଙ୍ଗଦ ମାଝୀ ଜିଲ୍ଳାପରିଷଦ ସଭ୍ଯ ଶ୍ରୀ ପିତାମ୍ବର ସାହୁ, କୁଟ୍ରୃ ଖମାର ମଣ୍ତଳ ସଭାପତି ଶ୍ରୀ ଭାରତ ବୁଦ୍ଧିଆ ଦେପୁରର ଶ୍ରୀ ତୁଳସୀ ମାଝୀ ସମେତ ବିଜେପି ର ଅନ୍ଯାନ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ଭବାନୀପାଟଣା ରୁ କିଷନ ଶର୍ମାଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

ଆଜି ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍ 

Sunil Chandra Nayak

Leave a Comment

error: Content is protected !!