ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗନ୍ନାଥ ମନ୍ଦିରକୁ ରଥ ଦାନ କଲେ ଭକ୍ତ ଲାଲମନ

କର୍ଲାମୁଣ୍ଡା: ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ପ୍ରଭୁ ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ରଥରେ ଦର୍ଶନ ଦେଉନଥିଲେ କି ମାଉସୀ ଘରକୁ ଯାଉନଥିଲେ l ଏଇ ବର୍ଷ ରଥରେ ବିଜେକରି ଭକ୍ତଙ୍କୁ ଦେବେ ଦର୍ଶନ l ତେଣୁ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳୁଛି l ଏନେଇ ଗାଁ ଗହଳିରେ ଏବେଠୁ ଉତ୍ସାହ ଦେଖାଗଲାଣି l ଏପରି କ୍ଷେତ୍ରରେ ଜଣେ ଭକ୍ତ ନିଜସ୍ୱ ଖର୍ଚ୍ଚରେ ରଥ ନିର୍ମାଣ କରି ପ୍ରଭୁଙ୍କୁ ଭେଟି ଦେଇଥିବା ଦେଖିବାକୁ ମିଳିଛି l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଞ୍ଜା ପଞ୍ଚାୟତର ଟକାରୁମାଲ ଗ୍ରାମର ଲାଲମନ ସାହୁ ଭଟାପଲା ଶ୍ରୀ ଜଗନ୍ନାଥ ମନ୍ଦିରକୁ ବୁଧବାର ନବନିର୍ମିତ ରଥ ଭେଟି ଦେଇଥିଲେ l ଶ୍ରୀ ସାହୁ ହେଉଛନ୍ତି ଯୁବ ଖବରଦାତା ଯୁବରାଜ ସାହୁ ତଥା ରିଞ୍ଜା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଭୋଜବନ୍ତି ସାହୁଙ୍କ ଶଶୁର l ଭଟାପଲା ଗ୍ରାମରୁ ସତାଧିକ ଲୋକ ଭଜନ କୀର୍ତ୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ରେ କମ୍ପି ଉଠିଥିଲା ଶ୍ରୀସାହୁ ଙ୍କ ଘର ଏବଂ ଗାଁ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଇଥିଲା l ଶ୍ରୀ ସାହୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରିଥିଲେ l ଭଟାପଲା ଗ୍ରାମବାସୀ ଅତ୍ୟନ୍ତ ଆନନ୍ଦ ମନରେ ରଥକୁ ବାହୀ ନେଇଥିଲେ ନିଜଗାଁକୁ l ଶ୍ରୀ ସାହୁଙ୍କ ଏପରି ପଦକ୍ଷେପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମମତା ସାହୁ  ଙ୍କ କବିତା ଆସହେ ନନ୍ଦ ଦୁଲ୍ଲାଳ ମୋର

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

Sunil Chandra Nayak

ଶୌଚାଳୟ ବ୍ୟବହୃତ କରିବା ସହ ପଥ ପ୍ରାନ୍ତ ସେବା କରିବା ନେଇ ସାଧାରଣରେ ଦାବି

Sunil Chandra Nayak

Leave a Comment

error: Content is protected !!