ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଁ ରେ ନାହିଁ ପୋଖରୀ ପଲମା ଝରଣ ହିଁ ଗାଁ ଲୋକଙ୍କ ସାହା ଭରସା

ଚିଲିଗୁଡା ( ମ ନି ସ )  ସ୍ୱାଧୀନତାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଏମିତି ଗାଁ ରହିଛି ଯେଉଁଠି ଲୋକଙ୍କୁ ଗାଧିବା ପାଇଁ ପୋଖରୀ ଗୋଟିଏ ନାହିଁ ।ଏଭଳି ଏକ ଗାଁ ହେଉଛି ଜୁନାଗଡ଼ ବ୍ଲକର ଦାସୀ ଗାଁ ଗ୍ରାମ ପଞ୍ଚାୟତର ଚୋର ଖସିଗୁଡା ।ବଣ ପାହାଡ଼ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଗାଁ ।ଏହି ଗାଁରେ ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏବଂ ହରିଜନ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଅଧିକାଂଶ ଲୋକେ ଦିନ ମଜୁରିଆ ଏବଂ ଖଟିଖିଆ । ଗାଁ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ର କିଛି ଲୋକ ଦାଦନ ମୁହଁ। ।ପରିବାରର ଆର୍ଥିକ ଅନାଟନ ଦୂର କରିବା ପାଇଁ ଲୋକେ ଦାଦନ ଶ୍ରମିକ ଭାବେ ବାହାରେ ରହୁଥିବା ଜଣା ପଡ଼ିଛି । ଦାସୀ ଗାଁ ପି ଡବ୍ଲୁ ଡି ମୁଖ୍ୟ ରାସ୍ତାରୁ ୩ କିମି ଦୂର ଅତିକ୍ରମ କଲେ ଚୋର ଖସିଗୁଡା ଗାଁ ପଡିଥାଏ । ଏହି ଗାଁରେ ଗୋଟିଏ ମଧ୍ୟ ପୋଖରୀ ନାହିଁ । ଯାହା ଫଳରେ ଏହି ଗାଁ ର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହା ଫଳରେ ଏହି ଗାଁ ଲୋକେ ଖରା ,ବର୍ଷା ,ଶୀତ ସମୟରେ ଗାଁ ନିକଟସ୍ଥ ଏକ ନାଲା ଯାହାକି ପଲମା ଝରଣ ଉପରେ ନିର୍ଭର କରିଥାନ୍ତି । ଗାଁ ଲୋକଙ୍କ କହିବା ନୁସାରେ ଏହି ପଲମା ଝରଣ କେବେ ଶୁଖେ ନାହିଁ ।ସବୁବେଳେ ପାଣି ବୋହି ଥାଏ । କିନ୍ତୁ ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ କ୍ଷମା ନାଗ ଙ୍କ କହିବା ଅନୁଯାୟୀ ଗାଁରେ ବନ ବିଭ।ଗ ଦ୍ୱାରା ସ୍ଥାନ ନିରୂପଣ କରି ପୋଖରୀ ଖୋଲିବାର ବ୍ୟବସ୍ତା କରାଯାଉ ଥିଲା । କିନ୍ତୁ କୌଣସି କାରଣ ବଶତଃ ତାହା ହୋଇ ପାରିଲା ନାହିଁ । ଲୋକଙ୍କ କହିବା ଅନୁଯାୟୀ ଏବେବି ଗାଁରେ ଅନେକ ସରକାରୀ ଜାଗା ରହିଛି । ସେହି ଜାଗା ଗୁଡିକୁ ଚିହ୍ନଟ କରି ଲୋକଙ୍କ ସୁବିଧା ପାଇଁ ଏକ ପୋଖରୀ ପଞ୍ଚାୟତ ମାଧ୍ୟମରେ ମନରେଗା କାମ ଜରିଆରେ କରାଯାଇ ପାରିବ ।କିନ୍ତୁ ଏଥି ପ୍ରତି କେହିଜଣେ ମଧ୍ୟ ଚିନ୍ତା କରୁନାହାନ୍ତି । ଗାଁ ରେ ପୋଖରୀ ନ ଥିବାରୁ ନାଲ ,ଝରଣା ଆଦି ସ୍ଥାନରେ ନିଜର ନିତ୍ୟକର୍ମ ସାରୁଛନ୍ତି ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୨୦୫ ସ୍ୱତନ୍ତ୍ର ଟ୍ରେନ

Sunil Chandra Nayak

ବିଦ୍ୟୁତ ବିଭାଗରେ ଶକ୍ତି ଅପଚୟ

Sunil Chandra Nayak

ଢେଙ୍କାନାଳ – ସଦରବ୍ଲକ ରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!