ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା – ବିବାହ ବରାତ ରେ ଡ୍ରାଇଭର ଓ ତାର ଭାଇ କୁ ମରଣାନ୍ତକ ଆକ୍ରମଣ

ନୂଆପଡା ଜିଲ୍ଲା ଖଡିଆଳ ଏନଏସି ୯ ନମ୍ବର ୱାର୍ଡ ଧୋବାପଡା ର ଗତକାଲି ପଞ୍ଚା ପୋଡ ଙ୍କ ଘରେ ବିବାହ ର ଆୟୋଜନ ହୋଇଥିଲା, ପଞ୍ଚା ପୋଡ ଓ ତାଙ୍କ ସାହି ର ଲୋକମାନେ କୋମନା ଥାନା ଧରମସାଗର ଗାଁ କୁ ବରାତ ରେ ଯାଇଥିଲେ,ପୁର୍ବ ଶତୃତା କୁ କେନ୍ଦ୍ରକରି ଧୋବାପଡା ର କାଉନସିଲର ବଜରଙ୍ଗ ଭୋଇ ଓ ତାଙ୍କ ସମର୍ଥକ ଜୟଦେବ ବନଛୋର ଓ ରୋହନ ବନଛୋର ତିନିଜଣ ମିଶି ଲୁହା ରଡ଼ ରେ ଡ୍ରାଇଭର ଆନନ୍ଦ କେତକି ଓ ବାଲକୃଷ୍ନ କେତକି କୁ ମରଣାନ୍ତକ ଆକ୍ରମଣ କରିଥିଲେ,ରକ୍ତ ଯୁଡୁବୁଡୁ ଅବସ୍ଥା ରେ ଆନନ୍ଦ କେତକି ଓ ତାର ଭାଇ ବାଲକୃଷ୍ନ କେତକି ଖଡିଆଳ ଥାନା ରେ ମାମଲା ଦାୟର କରିଥିଲେ,ପରେ ଘଟଣା ଟି କୋମନା ଥାନା ଧରମସାଗର ଗାଁ ରେ ହୋଇଥିବା ହେତୁ କୋମନା ଥାନା କୁ ଏତଲା ପଠେଇ ଦିଆଯାଇଛି,ଆହାତ ଦୁଇ ଭାଇ କୁ ଖଡିଆଳ ପୋଲିସ ଖଡିଆଳ ର ଏସଡିଏଚ ହସପିଟାଲ କୁ ନେଇ ଡାକ୍ତର ଚିକିତ୍ସା କରାଇଥିଲେ,ଡ୍ରାଇଭର ଆନନ୍ଦ ଙ୍କୁ ମୁଣ୍ଡ ର ଆଗ ଓ ପଛ ପଟେ ଲୁହା ର ପଂଚ ପ୍ରହାର କରିବାରୁ ଗୁରୁତ୍ତର ଭାବରେ ଆହାତ ହୋଇଛନ୍ତି,ଅଭିଯୁକ୍ତ ମାନେ ଆଜି ତାଙ୍କ ଘରକୁ ଯାଇ ବୁଝା ମଣା ନହେଲେ ଜୀବନ ରେ ମାରିବା ପାଇଁ ଧାମକ ଦେଇଥିବା ଆନନ୍ଦ କେତକି ଅଭିଯୋଗ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

Sunil Chandra Nayak

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

Sunil Chandra Nayak

ଦୁର୍ଘଟଣା ରେ ଗୁରୁତର ଙ୍କ ଚିକିତ୍ସା ପାଇଁ ସହୟତାର ହାତ ବଢାଇଲା ଡାବୁଗାଁ ଡ୍ରାଇଭର ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!