ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବି

ରାଉରକେଲା/ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ରେ ରେଳ ଡିଭିଜନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଗତ କରାଯାଇଛି । ଏଠାରେ ରେଳ ଡିଭିଜନ ହେଲେ କେବଳ ପଶ୍ଚିମାଞ୍ଚଳ କାହିଁକି ରାଜ୍ୟର ସାମଗ୍ରୀକ ବିକାଶ ହୋଇପାରିବ । ଏକଦା ବିଜୁ ପଟ୍ଟନାୟକ ବନ୍ଧମୁଣ୍ଡା ଠାରେ ୬ହଜାର ଏକର ଜମି ରେଳବାଇକୁ ଯୋଗାଇ ଦେଇଥିଲେ। ସେହିପରି ରେଳ ଡିଭିଜନ ପାଇଁ ରାଉରକେଲାରେ ଆବଶ୍ୟକୀୟ ଭିତ୍ତିଭୂମି ଥିବା ଯୋଗୁଁ ଏଠାରେ ରେଳ ଡିଭିଜନ କରିବା ଜରୁରୀ ହୋଇପଡିଛି ବୋଲି ମଂଚର ସାଧାରଣ ସଂପାଦକ ପି ପି ରାୟ ପ୍ରକାଶ କରିଛନ୍ତି । ଏଥିପାଇଁ ନବୀନ ବାବୁ ଏ ଦିଗରେ ପଦକ୍ଷେପ ନେଇଥିବାରୁ ତାଙ୍କୁ ସାଧୁବାଦ ଦେବାସହ ଏହା ସଫଳ ହେଲେ ତାଙ୍କର ଏହା ଅନନ୍ୟ କୃତି ହେବ ବୋଲି ମତ ରଖିଛନ୍ତି । ସେହିପରି ମଂଚ ତରଫରୁ ରାଉରକେଲାକୁ ଜିଲ୍ଲା ଭାବେ ମାନ୍ୟତା ଦେବାକୁ ଦାବି କରାଯାଇଛି । ପ୍ରଥମେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବ ଙ୍କ ଉଦ୍ୟମରେ ୬ ଟି ଜିଲ୍ଲାରୁ ୧୩ ଜିଲ୍ଲାକୁ ବୃଦ୍ଧି କରାଯାଇଥିଲା । ପରବର୍ତ୍ତି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ଟି ଜିଲ୍ଲାରୁ ୩୦ଟି ଜିଲ୍ଲାକୁ ବୃଦ୍ଧି କରିଥିଲେ । ସାମ୍ପ୍ରତିକ ସ୍ଥିତି ରେ ରାଉରକେଲା, ବଣେଇ, ରଘୁନାଥପାଲୀ ଓ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀକୁ ନେଇ ରାଉରକେଲା କୁ ଜିଲ୍ଲା ଭାବେ ଘୋଷଣା କରାଗଲେ ତାହା ଗ୍ରହଣୀୟ ହୁଅନ୍ତା । କାରଣ ଶିଳ୍ପନଗରୀ ରାଉରକେଲାରେ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ସମସ୍ତ ପ୍ରକାର କାର୍ଯ୍ୟାଳୟ ଥିବାରୁ ଏହାକୁ ଜିଲ୍ଲା କରାଗଲେ ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେଣୁ ଏହି ପରିପେକ୍ଷୀରେ ରାଉରକେଲା କୁ ଏକ ଜିଲ୍ଲା ଭାବେ ଗ୍ରହଣ କରିବାକୁ ମଂଚର ସଭାପତି ଡାକ୍ତର ଫକୀର ଚାରଣ ହୋତା,କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର,ଅଭୟ ଦାସ, ଭବେଶ ଚନ୍ଦ୍ର ସାହୁ,ଜଗବଂଧୁ ଜେନା,ଡା ଗୋପବନ୍ଧୁ ବଳ, ଡା ୟୁ ସି ଜେନା,ଇଂ ଗୋପୀନାଥ ପଟ୍ଟନାୟକ, ଇଂ ଉତ୍ତମ କୁମାର ସାମଲ, ଅମୂଲ୍ୟ ଚରଣ ବରାଳ, ମୀନତି ଦେବତା,ଡଃ କିଶୋରୀ ଦାଶ, ଶୈଳେନ୍ଦ୍ର ମହାନ୍ତି, ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର ନାୟକ, ରମେଶ ଚନ୍ଦ୍ର ସେଠୀ,ଡଃ ସୁମନ ଦତ୍ତ, ଆର କେ ମିଶ୍ର, ସତ୍ୟପ୍ରିୟ ମହାନ୍ତି,ବିମଳ ବିଶି, ଡା ବସନ୍ତ ଦାସ,ବିଜୟ ବରାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଶାନ୍ତନୁ କୁମାର ମୁଦୁଲି, ସୁବ୍ରତ ମଲ୍ଲିକ, ରମେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ରବି ଦେହୁରୀ, ଶଶଧର ପାତ୍ର,ରଘୁ ବଳ, ଭଜହରି ଦାସ, ଶମ୍ବୁନାଥ ପରିଡା, ଦିଗମ୍ବର ମହାନ୍ତି, ଅକ୍ଷୟ ଜେନା,ଅକ୍ଷୟ ଦାସ, ଦୀନବନ୍ଧୁ ଭୋଳ, କୈଳାଶ ସାବତ,ଅରୁଣ କୁଶଳ, ଫକୀର ପାଣି,ବିଶ୍ବନାଥ ପଟ୍ଟନାୟକ,ଭରତ ପରିଡା,ଚକ୍ରାନ୍ତ ଜେନା, ଜଟାଧାରୀ ମାଝୀ ପ୍ରମୁଖ ଦାବି କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

Sunil Chandra Nayak

ମମତା ଶତପଥୀ ଙ୍କ କବିତା ବିରଳ ପ୍ରେମ

Sunil Chandra Nayak

Leave a Comment

error: Content is protected !!