ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ

ଆଜି ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ସଦ୍ ଭାବନା ସଭାଗୃହରେ ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ଯାପୀ ସଚେତନତା କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ଉଦ୍ ଯାପନି କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ ମୂଖ୍ୟ ଅତିଥି ଭାବରେ, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଗୁରୁ ପ୍ରସାଦ ମହାନ୍ତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ନିଯତି ଫାଉଣ୍ଡେସନ ର ଶ୍ରୀମତୀ ଶୁଭଶ୍ରୀ ରାଯ,ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ମହାନନ୍ଦ,PO ଶ୍ରୀମତୀ ଚୁଲେଶ୍ବରୀ ପଟେଲ ମାନନୀଯ ଅତିଥୀ ରୂପେ ଯୋଗ ଦେଇ ଥିଲେ।ଜିଲ୍ଲା ର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ, ପ୍ରୋଗ୍ରାମ ଅଫିସର, NGO ,CWC member ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ ଉପସ୍ଥିତ ସମସ୍ତ ମାନ୍ଯଗଣ୍ଯ ଅତିଥି ଓ ଅଂଶଗ୍ରହଣକାରୀ ଙ୍କୁ ସ୍ବାଗତ ଜଣାଇ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ବାଲ୍ୟ ବିବାହ ନିଷେଧ ପାଇଁ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ଓ ଏହି କ୍ଷେତ୍ରରେ ବିଭିନ୍ନ ବିଭାଗ କଣ କରିପାରିବେ ତାହା ଆଲୋଚିତ ହୋଇ ଥିଲା।କିଶୋରୀ ମାନଙ୍କୁ ସଚେତନ କରାଯିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରା ଯାଇଥିଲା। ବାଲ୍ୟ ବିବାହ ନିଷେଧ ଜିଲ୍ଲା ସଂଯୋଜିକା ଶ୍ରୀମତୀ ମୀନାକ୍ଷୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରତିନାରାୟଣ ରାଉତ ଙ୍କ କବିତା ସ୍ଵର୍ଗତ ରଜତ କରଙ୍କ ସ୍ମରଣେ

ବ୍ୟାଙ୍କ୍ ଜମା ଖାତାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ପ୍ରିମିୟମ ପାଇଁ ଟଙ୍କା କରିଥିଲେହେଁ ବୀମା ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି ଚାଷୀ

Sunil Chandra Nayak

ଯୁବ ଜାଗରଣ ସମିତିର ବିପ୍ଲବୀ ଅଭିଯାନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!