ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କବି  ଶ୍ରୀଜୟଦେବ ଜୟନ୍ତୀ ସମାରୋହ ପାଳିତ 

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କବି  ଶ୍ରୀଜୟଦେବ ଜୟନ୍ତୀ ସମାରୋହ ପାଳିତ 

ରାଉରକେଲା: ୩୦/ ୪/ ୨୫: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ  କକ୍ଷ ଠାରେ  ଆଜି କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତି ପଲ୍ଲବୀ ନାୟକ ମୁଖ୍ଯ ଅତିଥି ଭାବରେ ଯୋଗ ଦାନ କରି ମହାକବି ଜୟଦେବଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ସଂପ୍ରତି ଲୋକ ମାନଙ୍କ ଜୀବନଶୈଳୀରେ ଆଧ୍ଯାତ୍ମିକତା କୁ ସାମିଲ କରିବା ଉପରେ ଜୋର ଦେଇଥିଲେ। ନୂତନ ପିଢି ଆଧୁନିକତାର  ଅବଲମ୍ବନ କରିବା ସହିତ ନିଜ ସଂସ୍କାର ମଧ୍ଯ ଆପଣାଇରଖିବାକୁ ଆହ୍ବାନ କରିଥିଲେ।  ମୁଖ୍ଯ ବକ୍ତା ଭାବରେ ଅଧ୍ୟାପକ ତଥା ସାମ୍ବାଦିକ ଶ୍ରୀ ମହେନ୍ଦ୍ର ମିଶ୍ର କବି ଜୟଦେବଙ୍କ ଜୀବନୀ ସହିତ  କବି କିପରି ରାଧା କ୍ରୁଷ୍ଣ ପ୍ରେମରେ ରସାମୃତ କାବ୍ୟ ଗୀତ ଗୋବିନ୍ଦ ରଚନା କରିଛନ୍ତି ସେ ସଂପର୍କରେ ଅବଗତ କରାଇଥିଲେ। ତାଙ୍କ ଦ୍ବାରା ପ୍ରଣୀତ ଗୀତ ଗୋବିନ୍ଦ ବିଶ୍ବ ସାହିତ୍ୟରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ପରିଚିତି ଲାଭ କରିପାରିଛି ବୋଲି କହିଥିଲେ। କବି ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ ଓଡିଆ ଧର୍ମ,ଦର୍ଶନ, ଐତିହ୍ୟ ସାହିତ୍ୟକୁ ସମଗ୍ର ବିଶ୍ବରେ ଏହା ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଳାପାଳ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ l

  ଏହି କାର୍ଯ୍ୟକ୍ରମକୁ ସୁନନ୍ଦା ଦତ୍ତ, ପ୍ରଦୀପ ମଲ୍ଲିକ, ଭମା ଅହିର , ବଦ୍ରିନାଥ ରାଉତ, ସୌମ୍ୟ ରଂଜନ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀମତୀ ଏକ୍କା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସତସଙ୍ଗ ଦକ୍ଷିଣ ରାଉରକେଲାରେ ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ସମୁହ ଇସ୍ତଫା 

Leave a Comment

error: Content is protected !!