ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

ସୁନ୍ଦରଗଡ଼, ୩୦/୦୪/୨୫: ସଦର ବ୍ଲକ୍ ଅନ୍ତର୍ଗତ କିରେଇ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଅତିଥି ମାନେ ଅଖିମୁଠି ଅନୁକୂଳ କରିବା ସହିତ ଚାଷ ଜମିରେ ବିହନ ବୁଣିଥିଲେ।   ପରେ ପରେ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ା. ଲକ୍ଷ୍ମୀପ୍ରିୟା ପ୍ରଧାନ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ କୃଷକ ଦିବସ ପାଳନର ଆଭିମୁଖ୍ୟ ଏବଂ କୃଷକ ମାନଂକ ସଶକ୍ତିକରଣ ଦିଗରେ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ଅକ୍ଷୟ ତୃତୀୟା ର ମହତ୍ତ୍ଵ ଉପରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଆଜିର ଦିନ ରେ ଯାହା କାର୍ଯ୍ୟ କରାଯାଏ ତାହା ଅକ୍ଷୁର୍ଣ୍ଣ ଏବଂ ନିରନ୍ତର ରହିଥାଏ। ସେହିଭଳି ସି ଏମ କିଷାନ ଏବଂ ପି ଏମ କିଷ।ନ ଅନ୍ତର୍ଗତ ଆର୍ଥିକ ସହାୟତା, କୃଷକ ଯନ୍ତ୍ରପାତି କ୍ରୟ ଉପରେ ମିଳୁଥିବା ଇନପୁଟ ସବସିଡି, ଶ୍ରୀ ଅନ୍ନ ଆଦି ଉପରେ ନିଜର ବକ୍ତବ୍ୟ ରଖିବା ସହିତ କୃଷି ଏବଂ କୃଷକ ମାନଂକ ଉନ୍ନତି ତଥା ସୁଦୃଢ଼ୀକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ଆଦି ରହିଛି , ଚାଷୀ ମାନେ ସେସବୁ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭବାନ ହେବାକୁ ନିଜ ଜିଲ୍ଲାପାଳ ଶ୍ରୀ ମହାଜନ ନିଜ ଅଭିଭାଷଣ କହିଥିଲେ। 

    କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ଅକ୍ଷୟ ତୃତୀୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଚାଷୀ ଆଗକୁ ବଢ଼ିଲେ ଦେଶ ଆଗକୁ ବଢିବ, ଆଜିର ଦିନରେ ହିଁ ଚାଷୀ ତାଙ୍କର ଚାଷ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି ବୋଲି କହିଥିଲେ। ଆଜି ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ମୂହୁର୍ତ୍ତ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିଭଳି ଚାଷୀମାନେ ଚାଷ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରିବା ଦ୍ଵାରା ଚାଷ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବା ସହ ସେମାନଙ୍କର ଜୀବନଶୈଳୀ ରେ ମଧ୍ୟ ଉନ୍ନତି ଆସି ପାରିବ ବୋଲି କହିଥିଲେ। 

ଏହି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ ସମାରୋହ ର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଜି ସମଗ୍ର ରାଜ୍ୟର ୫୦ ଲକ୍ଷ ରୁ ଉର୍ଦ୍ଧ ଚାଷୀମାନଙ୍କୁ ସି ଏମ କିଶାନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜିଲ୍ଲା କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, କିରେଇ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଚାଷୀ ମାନେ ଯୋଗ ଦେଇଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେଵୟୁଗ ପରିବାର ଆୟୋଜିତ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭବ୍ୟ ସମାରୋହରେ ଅନୁଷ୍ଠିତ

Sunil Chandra Nayak

ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା, ମୁମ୍ବାଇ ଠାରେ ଚିକିତ୍ସା ପାଇଁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ 

masiha

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକା ର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!