ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟାଦେଶ ତଥା ବ୍ୟାଙ୍କ ରେଟଙ୍କା ଜମା ମେସେଜ ପାଇଛନ୍ତି କିନ୍ତୁ ଆକାଉଣ୍ଟ ଖାଲି :ପ୍ରଧାନମନ୍ତ୍ରୀ ଆବାସ ରେ ଚଞ୍ଚକତା 

କାର୍ଯ୍ୟାଦେଶ ତଥା ବ୍ୟାଙ୍କ ରେଟଙ୍କା ଜମା ମେସେଜ ପାଇଛନ୍ତି କିନ୍ତୁ ଆକାଉଣ୍ଟ ଖାଲି :ପ୍ରଧାନମନ୍ତ୍ରୀ ଆବାସ ରେ ଚଞ୍ଚକତା 

ତେନ୍ତୁଳିଖୁଣ୍ଟି 07/11/23 // ତେନ୍ତୁଳିଖୁଣ୍ଟି ବ୍ଳକର ଅଞ୍ଚଳଗୁମା ପଂଚାୟତ ର ବାଗନା ଗୁଡା ଗ୍ରାମର ଜମ୍ବୁବତୀ ବିଷୋୟୀ ସ୍ୱାମୀ ନିତ୍ୟାନନ୍ଦ ଙ୍କ 2021 -22 ଆର୍ଥିକ ବର୍ଷ ରେ 31 ଡିସେମ୍ବର 2022 ରେ ପ୍ରଧାନମନ୍ତ୍ରୀ ଆବାସ ରେ ଚୟନ ହୋଇ ସରକାର ଙ୍କ ନିୟମ ପ୍ରକାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।ସରକାର ଙ୍କ କାର୍ଯାଦେଶ ନମ୍ବର ହେଲା OD/21/100/21-22ରହିଅଛି । 24 ଜୁନ 2023 ରେ ତାଙ୍କ ମୋବାଇଲ କୁ ମେସେଜ ଆସିଲା ଯେ ତମ ଆକାଉଣ୍ଟ କୁ ପ୍ରଥମ କିସ୍ତି ଅର୍ଥ ଚାଳିଶ ହଜାର ଡିପୋଜିଟହେଲା ମାତ୍ର ଆଜିକୁ ଛଅ ମାସ ବିତିଗଲା ପ୍ରଥମ କିସ୍ତି ମିଳିପାରୁ ନାହିଁ।ବ୍ଲକ ଅଫିସ କୁ ବାରମ୍ବାର ଆସି ଅଭିଯୋଗ କଲେ ବି କର୍ଣ ପାତ କରୁ ନ ଥିବା ଜଣାପଡିଛି। 

 ନିଜର ଜଣା ଶୁଣା କମ୍ପ୍ୟୁଟର ଜାଣିଥିବା ବ୍ୟକ୍ତି ଙ୍କ ସହ କଥା ବାର୍ତ୍ତା ହୋଇ ଯାଞ୍ଚ କରିବାରୁ ଜଣା ପଡିଲା ଆଧାର ଡିବିଟି ପ୍ରକ୍ରିୟା ରେ ଟଙ୍କା ଉଠି ସାରିଛି। ଜମ୍ବୁ ବତୀ ଙ୍କ ଜବ କାର୍ଡ ଆଧର କାର୍ଡ ନମ୍ବର ଥାଇ କାର୍ଯ୍ୟଦେଶ 07 ମେ 2023 ରେ OR154347648 ଆଇ ଡି ରେ ଜାରି ହୋଇଛି। କିନ୍ତୁ ଜମ୍ବୁବତୀ ଏବେ କଣ କରିବେ ଦ୍ୱନ୍ଦ୍ୱ ରେ । ବ୍ଲକ ରେଜମ୍ବୁ ବତୀ ଙ୍କୁ ସହଯୋଗ ମିଳୁନି ।ଭାଗ୍ୟକୁ ଆଦରି ବର୍ତ୍ତମାନ ରହିଛନ୍ତି।କେହି ଚଞ୍ଚକତା କରିଥିବା ସନ୍ଦେହ କରୁଛନ୍ତି। ଏହାର ବିଧିବଦ୍ଧ ତଦନ୍ତ ଆବଶ୍ୟକ।

 ବ୍ଲକ କାର୍ଯ୍ୟାଳୟ ର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟ ଦାୟିତ୍ୱ ରେ ଥିବା ଡି ପି ସି ଉମା ମହେଶ୍ୱରୀ ଙ୍କୁ ପଚାରିବାରୁ କହିଲେ ଉକ୍ତଗ୍ରାମରେ ଦୁଇ ଜଣ ଜମ୍ବୁବତୀ ରହି ଥିବା ରୁ ଗଡ଼ବଡ଼ ହୋଇଛି ଦୁଇ ଜଣ ଘରପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଜମ୍ବୁବତୀ ମଧ୍ୟ ତାଙ୍କର ପ୍ରାପ୍ୟ ପାଇବେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବିଶୋଇରେ ମିଶନ ଶକ୍ତି ଋଣ ବ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାୟଗଡ଼ା ଶ୍ରୀ ସତ୍ୟ ସାଇ ଭ୍ରାମ୍ୟମାଣ ଚିକିତ୍ସାଳୟ ପକ୍ଷରୁ ସମ୍ପୂର୍ଣ ନିଃଶୁଳ୍କ ତଥା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

masiha

ଜିଲ୍ଲାପାଳ ଓ ଡିଏଫଓଙ୍କୁ ଭେଟିଲେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ

Sunil Chandra Nayak

Leave a Comment

error: Content is protected !!