ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୂର୍ବତନ ଅଧିକାରୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ଵାଗତ ସମାରୋହ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭେଜିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜୟପାଟଣା ବ୍ଲକ୍ ର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ଏବଂ ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଭେଜିଗୁଡା ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ଯୁବନେତା ଯଦୁମଣି ସାହୁ ଙ୍କ ସଭାପତିତ୍ବରେ ରେ ଅନୁଷ୍ଠିତ ଏହି ସଭାରେ ଗ୍ରାମ ରୋଜଗାର ସହାୟକ ଖଗପତି ନାଏକ ସ୍ଵାଗତ ଭାଷଣ ଦେଇଥିଲେ। ବୈଠକରେ ଅଂଶ ଗ୍ରହଣ କରି ତହସିଲଦାର ଶ୍ରୀ ମୁଣ୍ଡାରୀ ସରକାରଙ୍କ ନୀତି ନିୟମ ମଧ୍ୟରେ ଅଧିକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଜୟପାଟଣା ଅଞ୍ଚଳର ବିକାଶ ରେ ମୁଁ ଅଙ୍ଗୀକାର ବଦ୍ଧ ବୋଲି କହିବା ସହ ସ୍ଵ ରଚିତ ଏକ ସାରଗର୍ଭକ କବିତା ପାଠ କରିଥିଲେ। ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ନିଜ ଚାକିରୀ ଜୀବନର ଅଭୁଲା ମୂହୁର୍ତ୍ତ ଉପରେ ବକ୍ତବ୍ୟ ରଖିବା ସହ ଅଞ୍ଚଳର ଜନସାଧାରଣ ଓ ପ୍ରତିନିଧି ଙ୍କ ଆତ୍ମୀୟ ସରଳ ବ୍ୟବହାର ସବୁଦିନ ପାଇଁ ମନେ ରହିବ ବୋଳି ପ୍ରକାଶ କରିଥିଲେ। ସରପଞ୍ଚ ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ, ଅଧ୍ୟକ୍ଷ ଥବିର ବାଗ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ସଭାପତି ଶ୍ରୀ ଯଦୁମଣି ସାହୁ ଜୟପାଟଣା ବ୍ଲକ ର ବିକାଶ ରେ ବିଦାୟୀ ବି ଡି ଓ ଶ୍ରୀମତୀ ପ୍ରଧାନ ଙ୍କ ଉଲ୍ଲେଖନୀୟ ଅବଦାନ ର ଭୂୟସୀ ପ୍ରଶଂସା କରିବା ସହ ନୂତନ ବିଡିଓ ଶ୍ରୀ ମାଝିଙ୍କୁ ସ୍ଵାଗତ କରିବା ସହ ଅଞ୍ଚଳର ବିକାଶ ପାଇଁ ଅନୁରୋଧ କରିଥିଲେ। ଏ ଅବସରରେ ଉଭୟ ବିଦାୟୀ ଓ ନୂତନ ବି ଡି ଓ ଙ୍କୁ ସ୍ମୃତିଚିହ୍ନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତହସିଲଦାର ଶ୍ରୀ ରଘୁନାଥ ମୁଣ୍ଡାରୀ, ଅଧ୍ୟକ୍ଷ ଥବିର ବାଗ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ସଂଘ ସଭାପତି କୈଳାସ ସାହୁ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ, ସି ପି ପତିତପାବନ ପ୍ରଧାନ, ଏ ପି ଓ ସତୀଶ ରଞ୍ଜନ ବେହେରା, ଜି ପି ଓ ହେମନ୍ତ କୁମାର ଭୋଇ, ଏନ୍ ଆର୍ ଜି ଏ ସହଯୋଗୀ ସୁବ୍ରତ କୁମାର ସାହୁ ଆବାସ ସହଯୋଗୀ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପାଇକ କେନ୍ଦୁମୁଣ୍ଡି ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ମଙ୍ଗଳପୁର ସରପଞ୍ଚ ଇପ୍ସିତା ପଣ୍ଡା, ଜୟପାଟଣା ସରପଞ୍ଚ ମୌସୁମୀ ଡଙ୍ଗରି, ରଣମାଲ ସରପଞ୍ଚ ପ୍ରତିନିଧି ସୁଧିର କୁମାର ପଣ୍ଡା, ବାଣ୍ଡିଗାଁ ସରପଞ୍ଚ, ଭେଜିଗୁଡା ସମିତି ସଭ୍ୟ, ନାଏବ ସରପଞ୍ଚ, ୱାର୍ଡ ସଭ୍ଯ ସଭ୍ୟା ଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଯୋଗ ଦେଇଥିଲେ। ବିଶେଷକରି ଭେଜିଗୁଡା ପଞ୍ଚାୟତ ସରପଞ୍ଚ ଙ୍କ ଦ୍ଵାରା ଆୟୋଜିତ ଏତାଦୃଶ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ପ୍ରସଂସା ର ପାତ୍ର ହୋଇଛି ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାର

Sunil Chandra Nayak

କୋକସରା ସିଏଚସି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟାକଲ୍ପ ଟିମ

masiha

କନିଷ୍ଟ ଶିକ୍ଷକ ମାନେ ନିଜ ଦାବି ହାସଲ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort