ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଜୁନାଗଡ଼ ସେମିରେ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ହେଉଥିବା ରିଷିଡା ଯୁବାମଞ୍ଚ ପକ୍ଷରୁ ରିଷିଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାପୁଜୀ ମିନି ଷ୍ଟାଡ଼ିଅମଠାରେ ବୁଧବାର ତୃତୀୟ ଦିନ ମ୍ୟାଚ ରାଜାଖରିଆର ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ଦ୍ଧାରିତ ସମୟମଧ୍ୟରେ ଜୁନାଗଡ଼ ଦଳ ୧-୦ ଗୋଲରେ ରାଜାଖରିଆର ଦଳକୁ ପରାସ୍ତ କରି ବିଜୟୀ ହୋଇ ସେମି ରେ ପ୍ରବେଶ କରିଛି l ମ୍ୟାଚକୁ ସନ୍ଦୀପ ତରାଇ, ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ l ଏହି ମ୍ୟାଚରେ ଯୁବ ଉଦ୍ୟୋଗପତି ବିଭୁପ୍ରସାଦ ସାହୁ ମୁଖ୍ୟ ଅତିଥି, ମ.ରାମପୁର ପ୍ରେସକ୍ଲବ ସଭାପତି ପ୍ରଶାନ୍ତ ସାମନ୍ତରାୟ, ଯୁବ ସାମ୍ବାଦିକ ହେମନ୍ତ ସାହୁ, ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ସାଗର ରଣା, କର୍ଲାମୁଣ୍ଡା ବ୍ଲକ ଏଇ ସନ୍ଦୀପ ନାଏକ, ଜେଇ ଶିଶିର ଶବର, ଜେଇ ଲଳେନ୍ଦ୍ର କିଷାନ, କର୍ଲାମୁଣ୍ଡାପଞ୍ଚାୟତ ନାଏବ ସରପଞ୍ଚ ରାଧେଶ୍ୟାମ ବାଗ, ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଗିରିଶ ଚନ୍ଦ୍ର ସୁନା, ଟୁର୍ନାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ସାମ୍ବାଦିକ ସତ୍ୟ ନାରାୟଣ କୁମାର, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, ଲିପୁନ ରଣା, ଦେବେନ୍ଦ୍ର ଲେଙ୍କା, କୈଳାଶ କୁମୁରା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ଗୋବର୍ଦ୍ଧନ ମାଝୀ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଳେ କମ୍ବୁପାଣି ସାହୁ, ମଧୁସୂଦନ ବାଗ ଧାରାବିବାରଣୀ ପ୍ରଦାନ କରିଥିଲେ l ସ୍କୋରବୋର୍ଡ ଦାଇତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ l ଗୁରୁବାର ଦିନ ତୁର୍ଲା (ଟିଟିଲାଗଡ଼) ବନାମ ଚିଚର୍ଲା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

Sunil Chandra Nayak

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!