ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ମା

ମା

ଯିଏ ମୋ ଜନମ ଦାତ୍ରୀ ସେ ମମତା ମୟୀ

ମୋର ଦୁଃଖେ କାନ୍ଦେ ଯିଏ ହୃଦୟ ଫଟାଇ ||

ମୋ ହସରେ ମୋ ଖୁସିରେ ଭୁଲେ ନିଜ ଦୁଃଖ

ତା ପଣତ କାନି ଛାଇ ଦିଏ କେତେ ସୁଖ ||

ସିଏତ ମୋ ପାଇଁ ଲକ୍ଷ୍ମୀ ସରସ୍ବତୀ ଦେବୀ

ଯଶୋଦା ଦେବକୀ ଆଉ ଅମ୍ବିକା ଜହ୍ନବୀ ||

ତା ମୁଖ ପ୍ରଥମ ଭାଷା ମୋ ଓଠେ ଫୁଟିଛି

ତାହାରି ପରଶ ପାଇ ଚାଲି ମୁଁ ଶିଖିଛି ||

ଯାହାର ରକତେ ଗଢ଼ା ଏ ମୋର ଶରୀର

ପାଇଛି ପରାଣ ପିଇ ଅମୃତ ଯାହାର ||

ଯାହାର ଆକଟ ଯୋଗୁ ଭଲ ବାଟେ ଚାଲେ

ଯାହାର ଆଶିଷ ପାଇ ମଥା ଟେକି ବୁଲେ ||

ସେହି ମାଆ ପାଦେ ମୋର କୋଟି ନମସ୍କାର

ତାର ପାଦ ଧୂଳି ମୋର ଅମୃତ ଭଣ୍ଡାର ||

ସ୍ନେହମୟୀ ମହୀୟସୀ ଜନନୀ ମୋହର

ମୋପାଇଁ ସବୁଠୁ ବଡ଼ ଏ ଜଗତେ ସାର ||

ରତିନାରାୟଣ ରାଉତ (ପ୍ର. ଶି.)

ହରିଚନ୍ଦନପୁର,କେନ୍ଦୁଝର, ଓଡିଶା

 

Related posts

ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ପୁଣି ଚଢା ଦରରେ ବିକ୍ରି କରୁଛନ୍ତି ବିଦେଶୀ ମଦ ଦୋକାନୀ

Sunil Chandra Nayak

ଢେଙ୍କାନାଳ କୁକୁଡ଼ା ଚାଷୀ ଙ୍କର ଜରୁରୀ କାଳୀନ ବୈଠକ

Sunil Chandra Nayak

ଆମପାଣି ବୁଢାରଜା ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!