ଅନଲାଇନ୍ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁମି ସତନାମୀଙ୍କୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ ଦ୍ୱାରା ପୁରସ୍କୃତ
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ ତା ୦୩.୧୧.୨୦୨୬ରିଖ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ହଲ୍ଠାରେ ଆୟୋଜିତ ସମାରୋହରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ର ଚିଚିଆ ଗ୍ରାମର ଆଦ୍ଵିକା କିଶୋରୀ ନେତ୍ରୀ ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ରୋକିବା, ଅନଲାଇନ୍ ସୁରକ୍ଷା ଓ ସାଇବର ସଚେତନତା ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷାଙ୍କ କରକମଳରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଛି।
ନିଜ ସହପାଠୀ, ସମବୟସୀ ଓ ସମ୍ପ୍ରଦାୟ ମଧ୍ୟରେ ଅନଲାଇନ୍ ସୁରକ୍ଷା, ସାଇବର ଅପରାଧ ସମ୍ପର୍କିତ ସଚେତନତା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଅଭ୍ୟାସକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସକ୍ରିୟ ଅବଦାନକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।
ଏହି ସଫଳତା ଜିଲ୍ଲା ପ୍ରଶାସନ ଏବଂ ଏଡ୍ ଏଟ୍ ଆକ୍ସନ୍ ଓ ୟୁନିସେଫ୍ ଓଡ଼ିଶାର ବୈଷୟିକ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଆଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର-କିଶୋରୀଙ୍କ ସଶକ୍ତୀକରଣ ଓ ନେତୃତ୍ୱ ବିକାଶର ଏକ ପ୍ରତିଫଳନ। ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ କିଶୋର-କିଶୋରୀମାନେ ସଚେତନତାର ବାର୍ତ୍ତାବାହକ ଓ ସକାରାତ୍ମକ ପରିବର୍ତ୍ତନର ନେତୃତ୍ୱ ନେବାକୁ ସକ୍ଷମ ହେଉଛନ୍ତି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

