ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂସ୍କୃତଭାଷା ତଥା ସଂସ୍କୃତ ମାତାର ସୁରକ୍ଷା ପାଇଁ ଆଲୋଚନା

ଢ଼େଙ୍କାନାଳ -:  ଅଦ୍ୟ ତା୨୮/୦୮/୨୦୨୨ରିଖ ରବିବାର ୧୦ଘଟିକା ସମୟରେ ଟୁକୁ ବେହେରାଙ୍କ ଆହ୍ୱାନ କ୍ରମେ ସଂସ୍କୃତ ଶିକ୍ଷକ ଶିକ୍ଷିକା ମାନଙ୍କୁ ନେଇ ଢେଙ୍କାନାଳ ଜିଲ୍ଲାସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପଣ୍ଡା ମହୋଦୟ ସଭାପତିତ୍ବ କରିଥିଲେ । ଉକ୍ତ ସଭାରେ ସରକାର ତଥା ଶିକ୍ଷା ବିଭାଗ ସଂସ୍କୃତ ଭାଷାର ଅବମାନନା ଆଉ ପତନ ନିମିତ୍ତ ହୀନ ଚକ୍ରାନ୍ତ କରୁଥିବା କଥା ଆଲୋଚନା କରାଯାଇ କିପରି ଏହି ସଂସ୍କୃତଭାଷା ତଥା ସଂସ୍କୃତ ମାତାର ସୁରକ୍ଷା ହୋଇ ପାରିବ ସେ ବିଷୟରେ ଆଲୋଚନା ହେଇଥିଲା ।ଏହାପରେ ସଂସ୍କୃତ ଶିକ୍ଷିକ ଶିକ୍ଷିକାମାନେ ବିଦ୍ୟାଳୟ ସ୍ତରରେ ଦିନକୁ ଦିନ କିପରି ସମସ୍ୟାରେ ଯୋଡ଼ି ହୋଇ ରହୁଛନ୍ତି ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଆଗମୀ ମାସରେ ମହା ସମ୍ମିଳନୀ ମହା ଆଡମ୍ବରରେ ଢେଙ୍କାନାଳ ଜିଲ୍ଲାରେ ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇ ନବ ନିଯୁକ୍ତ ସଂସ୍କୃତ ଶିକ୍ଷକ ଶିକ୍ଷିକା ମାନଙ୍କୁ ସ୍ଵାଗତ କରାଯାଇଥିଲା ।ପ୍ରତି ବ୍ଲକ୍ ରୁ ଦୁଇଜଣ ସଂଯୋଜକ ଚୟନ କରାଯାଇ ଆଗମୀ ସେପ୍ଟେମ୍ବର ମାସ ୨ୟ ରବିବାରରେ ପୁନଃ ଏକ ସଭା ହେବ ବୋଲି ନିଷ୍ପତି କରାଗଲା ।ଏହି ସଭାରେ ପୂର୍ଣ୍ଣଚନ୍ଦ୍ର ସେଠୀ, ଭାବିନା ସାହୁ, ରିନା ସେଠୀ, ମାମିନା ପୃଷ୍ଟି, ସତ୍ୟଭାମା ବେହେରା, ଲିପିକା ନାୟକ, ପ୍ରାଭାକର ଛତ୍ରୀଆ, ଦେବେନ୍ଦ୍ର କୁମାର ନାୟକ, ରିତାଞ୍ଜଳୀ ସାହୁ ସମେତ ମୋଟ ୭୨ଜଣ ସଂସ୍କୃତ ଶିକ୍ଷକ ଶିକ୍ଷିକା ଯୋଗ ଦେଇଥିଲେ । ପରିଶେଷରେ ନିରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସଭା ସାଙ୍ଗ କରାଯାଇଥିଲା ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମଦୁଆ ଉବାଚ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଭଟ୍ଟାଗୁଡା ପ୍ରାଥମିକ ବିଦ୍ୟାଳୟ ଗୂହ

Sunil Chandra Nayak

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

Sunil Chandra Nayak

Leave a Comment

error: Content is protected !!