ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ମହାଲକ୍ଷ୍ମୀ ନାରାୟଣୀ

ମହାଲକ୍ଷ୍ମୀ ନାରାୟଣୀ

ସାଗର ଦୁହିତା ଦେବୀ ଲକ୍ଷ୍ମୀ ନାରାୟଣୀ
ଧନଦାତ୍ରୀ କମଳିନୀ ବିଷ୍ଣୁଙ୍କ ଘରଣୀ।।
ବର୍ଷ ମଧ୍ୟେ ଶ୍ରେଷ୍ଠ ମାସ ଅଟେ ମାର୍ଗଶିର
ସେ ମାସର ଗୁରୁବାର ଅତି ପ୍ରିୟ ତୋର।।
ସେଦିନ ଉଷାରୁ ଉଠି କରି ଶୁଚି ମନ
ଘରର ଘରଣୀ ମାନ କରନ୍ତି ପୂଜନ।।
ଦୁବ ଚନ୍ଦନ ସିନ୍ଦୁରଗେଣ୍ଡୁ ପଦ୍ମଫୁଲ
ଜାଳି ଦ୍ୟନ୍ତି ଧୂପଦୀପ ଆଳତୀ କର୍ପୁର।।
ବଢା ହୁଏ ଭୋଗ ପାଇଁ ନାନାଦି ବ୍ୟଞ୍ଜନ
ଫଳମୂଳ ଖିରି ପିଠା ଭାତଯେ ତିଅଣ।।
ନାନା କୁସୁମେ ମଣ୍ଡିତ ଲକ୍ଷ୍ମୀ ମହାମାୟୀ
ଦୁଃଖିଙ୍କର ଦୁଃଖ ନେତ୍ରେ ନ ପାରନ୍ତି ଚାହିଁ।।
ପଡେ ଶୁଭ ଶଙ୍ଖଧ୍ୱନୀ ଶୁଭେ ହୁଳହୁଳି
ଉତ୍ସାହ ଆନନ୍ଦ ଘରେ ପଡଇ ଉଚ୍ଛୁଳି।।
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିରାଜନ୍ତି
ଧନଧାନ୍ୟ ମନସ୍କାମ ପୁରଣ କରନ୍ତି।।
ତୋର କୃପା ବଳେ ମାଗୋ ନର ପାଏ ମୁକ୍ତି
ଯାଚି ଦେଉ କୋଟି ସୁଖ ଐଶ୍ଵର୍ଯ୍ୟ ସମ୍ପତି।।
କୃପାକର କୃପାମୟୀ ସଂସାର ପାଳିନୀ
ପଡିଦାତ୍ରୀ ଅନ୍ନପୂର୍ଣ୍ଣା ଜଗତ ଜନନୀ।।
ପଦ୍ମ ବିଳାସିନୀ ଲକ୍ଷ୍ମୀ ଦୁଃଖ ବିନାଶିନୀ
କରୁଛି ଜଣାଣ ମାଗୋ ଘେନ ମୋ ଦୟିନୀ।।

      ମମତା ସାହୁ 

       ଗାଈଗାଁ, କଳାହାଣ୍ଡି

Related posts

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଉପାସନା,ଅଣସରନୀତି-ଏକ ତାତ୍ବିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ସଂପ୍ରଦାୟ ପକ୍ଷରୁ ଛଠ୍ ପର୍ବ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!