Uncategorizedଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ by Sunil Chandra NayakOctober 9, 20220153 Share0 ଶବ୍ଦ ତୁମେ ଅପର୍ତ୍ତି ସେଠୀ ଶବ୍ଦ ତୁମେ….. ଏକାମ୍ର ବନ ରୂପସୀ ହୃଦ କାନନ ପ୍ରେୟସୀ, ଭାବ ଉଚ୍ଛ୍ୱାସର ପ୍ରୀତି ଅନ୍ତର୍ଭୁତା ବାରମାସୀ। ଭାବର ନୂଆ ଉନ୍ମେଷ ଚିନ୍ତନର ପରିଭାଷ ସୃଜନୀର ମିଠା ହସ ଲେଖନୀ ଅମୃତରସ। ଶବ୍ଦ ତୁମେ….. କଳ୍ପନାର ଅନୁଭବ, କିଛି ନିଜସ୍ଵ ମନ୍ତବ୍ୟ, ବକ୍ତାର ଭାବ ବକ୍ତବ୍ୟ, ପ୍ରତି ଆତ୍ମାର ଆବେଗ। ଜୀବନ ନଈର ଢେଉ, କୋଇଲି କଣ୍ଠର କୁହୁ, ଅଜଣା ଫୁଲର ମହୁ, ପ୍ରତିଧ୍ୱନୀର ଚିଟାଉ। ଶବ୍ଦ ତୁମେ…. ବୀଣାର ଝଙ୍କୃତ ସୁର, କେତୋଟି ତତ୍ତ୍ଵ ବାକ୍ଯର, ଜୁଉଟିଏ ପବନର, କିଛି ଲକ୍ଷ୍ୟ ପ୍ରକାଶର। ସଜନୀ ହୃଦୟ କଥା, କେବେ ବ୍ଯଥା କେବେମିଠା ବଞ୍ଚିବାର ମୂଖ୍ୟ ରାସ୍ତା, ଆତ୍ମକାହାଣୀର ଗାଥା। ଶବ୍ଦ ତୁମେ…. ଶିଶୁର କୁଆଁ କ୍ରନ୍ଦନ, ସାଥୀର ମିଠା ବଚନ ଶୂନ୍ୟତାର ମଧୁ ସ୍ଵନ, ସ୍ଵପ୍ନଟିର ଅନୁମାନ। ମଧୁପର ଗୁଞ୍ଜରଣ, ଓଁକାରର ଉଚ୍ଚାରଣ, ଜୀବତତ୍ତ୍ଵ ମନ୍ତ୍ରଜ୍ଞାନ, ସମ୍ପର୍କର ମୂଲ୍ଯାୟନ ଶବ୍ଦ ତୁମେ…. ଅକୁହା କଥା ଆଖିର ହସ ଶୁଖିଲା ଓଠର , ମୂର୍ଚ୍ଚନାଟି ସଙ୍ଗୀତର ରୁଣୁଝୁଣୁ ନୂପୁରର, ଲୟଟି ସାତସୁରର ମମତା ମାଆ ମନର, ମହୌଷଧି ବେଦନାର ଅନ୍ତଃସ୍ଵର ନିର୍ଝାସର ଶବ୍ଦ ତୁମେ… ବିନୟତା କଣ୍ଠଟିର ଭାବୁକର ଭାବଧାର, ପ୍ରେମଟିଏ ପ୍ରଣୟର ଗୁଣମାନ ପୁସ୍ତକର, ବ୍ରହ୍ମ ନାଦ ଆତ୍ମସାର ଗର୍ଜନ ବଜ୍ରପାତର, ଶ୍ରୁତିର ମୂଖ୍ୟ ଆଧାର ଶକ୍ତି ପୁଣି କବିଟିର ଶବ୍ଦ ତୁମେ…… ଅଧିକାର ଆଉ ହକ୍ ‘ମୁଁ’ ରୁ ‘ତୁମେ’ ପ୍ରାର୍ଥକ୍ଯ, ଯିବା ଆସିବାର ଲକ୍ଷ୍ୟ ଶୁଭୁଥିବା କିଛି ଡାକ, ଏନ୍ତୁଡି କି ଷଠୀଘର ମରଣ ବି ସ୍ଵର୍ଗଦ୍ଵାର, ଶେଷଗୀତ ଜୀବନର, ରାମନାମ ଗଙ୍ଗାନୀର, ପାଳକଣା, କୋରୋ, କେନ୍ଦ୍ରାପଡ଼ା