ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ସ୍ବପ୍ନ ଗୋ ତୁମେ

    ସ୍ବପ୍ନ ଗୋ ତୁମେ

     ବେଣୁଧର ସୂତାର

ସ୍ବପ୍ନ ନୟନର ମିଠା ସମ୍ମୋହନ
ନିଝୁମ୍ ରାତିର ସିତ୍କାର
କାହାପାଇଁ ତୁମେ ପ୍ରୀତି ମହ୍ଲାର
ସ୍ବପ୍ନମୟ ପ୍ରେମ ଓଁକାର ।।
ମୁଗ୍ଧ ମନର ଆଶା ଅଭିସାର
ଅସୁମାରୀ ପ୍ରୀତି ନିବିଡତା
ମୁକୁଳା ମନର ଭବ୍ୟ ଭାବାନ୍ତର
ଅସରନ୍ତି ଭାବପ୍ରବଣତା ।।           
ରୂପସୀ ରାତିର ସ୍ବପ୍ନ ନଗରୀର
ତୁମେ ପରିପୂର୍ଣ୍ଣ ଆକର୍ଷଣ
ହୃଦୟ ତଟର ତାରୁଣ୍ୟ ତାତିର
ଅମାନିଆ ମିଠା ଶିହରଣ ।।        
ବିଭୋର ମନର କୋମଳ ଆବେଗ
ପ୍ରେମମୟ ପ୍ରୀତି ଅକ୍ଷର
ରୂପ ଝଲକର ଦିବ୍ୟ ସମାହାର
ଚହଟା ମୋତିର ସ୍ବାକ୍ଷର ।।
ସ୍ବପ୍ନ ତନିମାର ମହକିତ ଧାର
ମୋହିନୀ ମାୟାର ନୀଳଭ୍ରମ
ଚିତ୍ରପୁରୀର ଚିତ୍ରା ଗୋ ତୁମେ
ଦିବ୍ୟ କାମନାର କାନ୍ତ ସୁମ ।।  
ସ୍ବପ୍ନ ଗୋ ତୁମେ ଶାନ୍ତ ନିଶିର 
ରୂପମହଲର ଚାରୁଫୁଲ
ଶୁଭ୍ର ତାଜର ଶ୍ବେତ ମର୍ମର
ଚାନ୍ଦିନୀ ଚୁମ୍ବନେ ଝଲମଲ ।।
ନୀଳ ଯାମିନୀର ନିଃଶବ୍ଦ ପୁଲକ
ମୁଗ୍ଧ ମଧୁର ଆଲୋଡନ
ସ୍ବପ୍ନଗୋ ତୁମ ମୋହିତ ମାୟାରେ
ବିମୋହିତ କରବିଶ୍ବଜନ ।।
ନିଥର ଅଧରେ ସ୍ବପ୍ନ କୋରକ
ମାଧୁର୍ଯ୍ୟ ମଧୁର ମହକ ଧାର
ନିଖିଳ ଅନ୍ତରେ ତୁମେ ଭରିଦିଅ
ସମ୍ଭାବନାମୟ ମୁଦୁ ସ୍ବାକ୍ଷର ।।
ନିଖିଳ ନୟନେ ଆସୁଥାଅ ତୁମେ
ଭରିଦେଇ ସ୍ବପ୍ନ ମାଧୁକରି 
ମାନବ ବାଦର ମହନୀୟ ଧାରା
ଏ ସୃଷ୍ଟି ଆୟୁଷେ ଦିଅ ଭରି ।।
ନୟନରେ ଭରି ଅୟୁତେ ସପନ
ଶାନ୍ତି ପ୍ରୀତି ମୈତ୍ରୀ ସମନ୍ବୟ
ତୁମ ଅନୁଦାନେ ନିଖିଳନୟନେ
କର ଏ ଧରଣୀ ମଧୁମୟ ।।

କେଶଦୁରାପାଳ କେନ୍ଦୁଝର

  ୍

Related posts

ଆହାରବନ୍ଧ ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା 

Sunil Chandra Nayak

ଉମେରଗ୍ରାମ ରେ ମହାଭାରତ ମହାଯଜ୍ଞ ର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

Sunil Chandra Nayak

Leave a Comment

error: Content is protected !!