ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦା ଥାନା; ବାସିଙ୍ଗିରେ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର;ପରକ୍ରୀୟା ପ୍ରୀତି ସନ୍ଦେହ 

ମୟୂରଭଞ୍ଜ -୨୮/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର କଦମଡିହା ସାହିର ଏକ ନିଛାଟିଆ ତାଲାବନ୍ଦ ଘର ପର୍ଶୁରାମ ସର୍ଦ୍ଦାଙ୍କ ଘର ସମ୍ମୁଖରେ ଏକ କ୍ଷତବିକ୍ଷତ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ କଦମଡିହା ସାହିର ରବି ତାମୁଡିଆ(୬୫) ଦିର୍ଘ ୪ବର୍ଷ ହେଲା ଘର ଦ୍ଵାର ଛାଡି ଗୋରୁମହିଷାଣୀ ରେ ସପରିବାର କାମଧନ୍ଦା ପାଇଁ ରହୁଛନ୍ତି । ତାଙ୍କର ବଡ଼ପୁଅଙ୍କର ୪ ବର୍ଷ ତଳେ କଦମଡିହା ଗ୍ରାମରେ ମୃତ୍ୟୁ ହୋଇଥିଲା । ଗୋରୁମହିଷାଣୀ ରେ ତାଙ୍କ ସାନପୁଅ ରାଜେନ୍ଦ୍ର ତାମୁଡିଆ(୨୫) ପାଣି ଟେଙ୍କରରେ କାମ କରନ୍ତି । ରାଜେନ୍ଦ୍ର ତାମୁଡିଆ ମଙ୍ଗଳବାର ଦିନ ରାତିରେ ଗୋରୁମହିଷାଣୀରୁ ନିଜ ଗାଁ ବାସିଙ୍ଗୀର କଦମଡିହା ଗ୍ରାମକୁ ଆସିଥିଲେ । ବୁଧବାର ସକାଳେ ଗାଁ ଲୋକେ ଯୁବକର ମୃତଦେହକୁ ଦେଖି ବହଳଦା ପୋଲିସକୁ ଖବର ଦେଇଥିଲେ ।ବହଳଦା ପୋଲିସ ଏବଂ ବାରିପଦାର ସାଇଣ୍ଟିଫିକ ଟିମ ଆସି ଛାନଭିନ କରିଥିଲେ। ପୋଲିସ ଏକ ମାମଲା କେଶ ନମ୍ବର ୧୩/୨୨ ରୁଜୁ କରି ତଦନ୍ତ ଚାଲୁ ରଖିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ମୃତକ ରାଜେନ୍ଦ୍ର ତାମୁଡିଆର ପତ୍ନୀ ଉର୍ମିଳା ତାମୁଡିଆ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ରହସ୍ୟଜନକ ଭାବେ ହତ୍ୟା କରାଯାଇଛି । ରାଜେନ୍ଦ୍ର ଦୁଇ ବର୍ଷ ତଳେ ବିବାହ କରିଥିଲେ ତାଙ୍କର ଛୋଟ ପୁଅ ଅଛି । ରାଜେନ୍ଦ୍ର ଙ୍କ ସହିତ ସେହି ଗ୍ରାମର ଜନୈକ ବିଧବା ମହିଳା ସହ ୮ବର୍ଷ ଧରି ପରକ୍ରୀୟା ସଂପର୍କ ରହିଛି ।ମହିଳା ଜଣକ ମଧ୍ୟ ରାଜେନ୍ଦ୍ର ପରିବାରଙ୍କ ସହ ଫୋନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉର୍ମିଳା ଲେଖିଛନ୍ତି ।ପୋଲିସ ଘଟଣାକୁ ହାଲୁକା କୁ ନ ନେଇ ଘଟଣାର ସବିଶେଷ, ପାରିପାର୍ଶ୍ବିକ ଏବଂ ଅନ୍ୟାନ୍ୟ ଘଟଣାର ସବିଶେଷ ତଦନ୍ତ କରୁଛି ।ବାକି ରହିଲା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ ତଥ୍ୟ ଆଗକୁ ଆସିବ ଏବଂ ପୋଲିସକୁ ତଦନ୍ତ କରିବାକୁ ସହଜ ହେବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭୀମ ଭୋଇ ଭିନ୍ନକ୍ଷମ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

କୃଷକ ଓଡିଶା ପଞ୍ଜିକରଣ ଓ ଇ _ KYC କରିବାକୁ ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!