ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଜନ୍ମତିଥି ରେ ସ୍ମୃତି ବାଢେ ଆଜି

ଜନ୍ମତିଥି ରେ ସ୍ମୃତି ବାଢେ ଆଜି

ମହା ନାୟକଙ୍କ ମହାନ ଗାଥା
ବର୍ଣ୍ଣିବାକୁ ଭାଷା ନାହିଁ 
ଆଜି ଏ ସମାଜେ ସେ ଭଳି ମଣିଷ
ସହଜେ ମିଳିବେ କାହିଁ
ସମାଜ ସେବକ ଦୁଃଖି ରଙ୍କି ଭୋକ
ବୁଝୁଥିଲେ ରହି ଦୁଃଖେ
କେମିତି କହିବି କେତେ ଯେ ମହାନ
ଥିଲେ ଦରିଦ୍ରର ପାଖେ।
ସୁଆଣ୍ଡୋକୁ କରି ପୂର୍ଣ୍ଣ ତିର୍ଥମୟ
ଉଭେଇ କୁଆଡେ ଗଲ
ଝୁରେ ଆଜି ମାଟି ଏ ପାଣି ପବନ
ଭାର୍ଗବୀ ନଦୀ ର କୂଳ
ଦେଖ ଆଜି ଆସି ଯେଉଁଠି ବି ଥାଅ
ତୁମର ସେ ବନ ବିଦ୍ୟାଳୟ
ସରକାର ଆଜି ଜାଗି ଉଠିଛନ୍ତି
କରିବେ ସେ ବିଶ୍ୱବିଦ୍ୟାଳୟ।
ତୁମ ହାତ ଗଢା ମଣିଷ କୁଆଡେ
ଗଲେଣି ସମାଜୁ ହଜି
ଦେଶକୁ ମହାନ କରିବାକୁ ଯିଏ 
ଥିଲେ,ଜୀବନ ଲଗାଇ ବାଜି।
ଶୁଖିଲା ପଣର ଦେଶଭକ୍ତି ଆଜି
ମିଛେ କରେ ଅଭିନୟ
କ୍ୟାମେରା ଆଗରେ ଝାଡେ ସେ ବହୁତ
ସତେ କାହାରେ କରେନି ଭୟ।
ନଥିଲା ରାଗ କି ଋଷା
ଦେଶ ସେବା ବ୍ରତ ମନରେ ଆଚରି
ସେବା କରି ମାତୃଭାଷା।
କିଏ ବା ଏମିତି ରୋଗା ପୁଏ ଛାଡି
ଅନ୍ୟ ସେବାରେ ବା ଧାଏଁ
କୁହ ଦେଖି ତେବେ ଏଭଳି ମଣିଷ
ଦେଖିଛ କେଉଁଠି ହାଏ।
ଉତ୍କଳମଣୀ ପଣ୍ଡିତେ ପାଇଛ
ଓଡ଼ିଶା କରିଛ ଧନ୍ୟ
ସମାଜ ପେପର ନାଁ ନେଇଅଛି
ଓଡ଼ିଶାର ରଖି ମାନ୍ୟ।
ଧନ୍ୟ ଗୋପବନ୍ଧୁ ଧନ୍ୟ 
ତୁମେ ଓଡ଼ିଆ ଆକାଶ ଜହ୍ନ।

  ନଗେନ୍ଦ୍ର କୁମାର ରାଉତ

      ଉମରକୋଟ, ନବରଙ୍ଗପୁର

Related posts

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ଦାନା ବାନ୍ଧୁଛି ଆନ୍ଦୋଳନ : ବିଧାନ ସଭା ସମ୍ମୁଖରେ ଧାରଣା ପାଇଁ ସଜବାଜ

Sunil Chandra Nayak

ଝିମିଟି ଖେଳରୁ ମହାଭାରତ ର ରୁପରେଖ         

Sunil Chandra Nayak

ଫୁଲବାଣୀ ପୌର ନିର୍ବାଚନ – ମନ୍ତ୍ରୀ ପଦ୍ମନାଭ ବେହେରା ଓହ୍ଲାଇଲେ ନିର୍ବାଚନ ମଇଦାନ ରେ

Sunil Chandra Nayak

Leave a Comment

error: Content is protected !!