ଜନ୍ମତିଥି ରେ ସ୍ମୃତି ବାଢେ ଆଜି
ମହା ନାୟକଙ୍କ ମହାନ ଗାଥା
ବର୍ଣ୍ଣିବାକୁ ଭାଷା ନାହିଁ
ଆଜି ଏ ସମାଜେ ସେ ଭଳି ମଣିଷ
ସହଜେ ମିଳିବେ କାହିଁ
ସମାଜ ସେବକ ଦୁଃଖି ରଙ୍କି ଭୋକ
ବୁଝୁଥିଲେ ରହି ଦୁଃଖେ
କେମିତି କହିବି କେତେ ଯେ ମହାନ
ଥିଲେ ଦରିଦ୍ରର ପାଖେ।
ସୁଆଣ୍ଡୋକୁ କରି ପୂର୍ଣ୍ଣ ତିର୍ଥମୟ
ଉଭେଇ କୁଆଡେ ଗଲ
ଝୁରେ ଆଜି ମାଟି ଏ ପାଣି ପବନ
ଭାର୍ଗବୀ ନଦୀ ର କୂଳ
ଦେଖ ଆଜି ଆସି ଯେଉଁଠି ବି ଥାଅ
ତୁମର ସେ ବନ ବିଦ୍ୟାଳୟ
ସରକାର ଆଜି ଜାଗି ଉଠିଛନ୍ତି
କରିବେ ସେ ବିଶ୍ୱବିଦ୍ୟାଳୟ।
ତୁମ ହାତ ଗଢା ମଣିଷ କୁଆଡେ
ଗଲେଣି ସମାଜୁ ହଜି
ଦେଶକୁ ମହାନ କରିବାକୁ ଯିଏ
ଥିଲେ,ଜୀବନ ଲଗାଇ ବାଜି।
ଶୁଖିଲା ପଣର ଦେଶଭକ୍ତି ଆଜି
ମିଛେ କରେ ଅଭିନୟ
କ୍ୟାମେରା ଆଗରେ ଝାଡେ ସେ ବହୁତ
ସତେ କାହାରେ କରେନି ଭୟ।
ନଥିଲା ରାଗ କି ଋଷା
ଦେଶ ସେବା ବ୍ରତ ମନରେ ଆଚରି
ସେବା କରି ମାତୃଭାଷା।
କିଏ ବା ଏମିତି ରୋଗା ପୁଏ ଛାଡି
ଅନ୍ୟ ସେବାରେ ବା ଧାଏଁ
କୁହ ଦେଖି ତେବେ ଏଭଳି ମଣିଷ
ଦେଖିଛ କେଉଁଠି ହାଏ।
ଉତ୍କଳମଣୀ ପଣ୍ଡିତେ ପାଇଛ
ଓଡ଼ିଶା କରିଛ ଧନ୍ୟ
ସମାଜ ପେପର ନାଁ ନେଇଅଛି
ଓଡ଼ିଶାର ରଖି ମାନ୍ୟ।
ଧନ୍ୟ ଗୋପବନ୍ଧୁ ଧନ୍ୟ
ତୁମେ ଓଡ଼ିଆ ଆକାଶ ଜହ୍ନ।
ନଗେନ୍ଦ୍ର କୁମାର ରାଉତ
ଉମରକୋଟ, ନବରଙ୍ଗପୁର