ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ କ୍ରିୟାଶୀଳ କରିବାକୁ ଆନ୍ଦୋଳନ ପାଇଁ ସଜବାଜ

ତେନ୍ତୁଳିଖୁଣ୍ଟି ୦୯/୦୨/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ର ଅଚଳାବସ୍ଥା କୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ କିଛି ସୁଫଳ ମିଳୁନି ଏଠି 5ଟି ଫେଲ ମାରିଛି।ଇନ୍ଦ୍ରାବତୀ ବାସୀ ଙ୍କ ଅସନ୍ତୋଷ ତୀବ୍ର ହେଉଛି । ସକାଳ ଚା ଖଟି ଠାରୁ ଆରମ୍ଭ କରି ଗଳି କନ୍ଦି ରେ ଶୁଣିବାକୁ ମିଳୁଛି ଅସନ୍ତୋଷ ର ସ୍ୱର । ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ବାସୀ ତଥା ବିସ୍ଥାପିତ ଙ୍କୁ ଦେଇଥିବା ସ୍ବାସ୍ଥ୍ଯ ସେବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି । ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରତି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ର ଅବଦାନ କୁ ଭୁଲି ଏଠାକାର ପାରିପାର୍ଶ୍ଵିକ ବିକାଶ ପ୍ରତି ଆଖି ବୁଜି ଦେଇଛି। ପାହାଡ ଚଢିବା ପରେ ପାହାଚ ର ମୂଲ୍ୟ ଭୁଲିବା ଭଳି ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ କୁ ଭୁଲି ଯାଇଥିବା ଆଲୋଚନା ହେଉଛି । ଏନେଇ ପ୍ରକଳ୍ପ ପ୍ରଶାସନ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ ସ୍ଵାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର ପାଇଁ ପତ୍ର ଲେଖି ନିଜ କାର୍ଯ୍ୟ ସାରିଦେଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଇନ୍ଦ୍ରାବତୀ ଡାକ୍ତରଖାନା କ୍ଷେତ୍ର ରେ ନୀରବତା ଅବଲମ୍ବନ କରିଛି । 2019 ରେ ତତ୍କାଳୀନ ଉନ୍ନୟନ କମିଶନର ତଥା ବର୍ତ୍ତମାନ ମୂଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ଅଧକ୍ଷତା ରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକର ନିଷ୍ପତ୍ତି ରେ ମଧ୍ୟ ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ନେଇ ହୋଇଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହୋଇନି। ଏ ସମସ୍ତ ବିଷୟ କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ଇନ୍ଦ୍ରାବତୀ ନାଗରିକ ମଞ୍ଚ । ଆଜି ସ୍ଥାନୀୟ ଅଫିସର କ୍ଲବ ଠାରେ ଇନ୍ଦ୍ରାବତୀ ନାଗରିକ ମଞ୍ଚ ତରଫରୁ ଏକ ବୈଠକ ଡକାଯାଇ ଇନ୍ଦ୍ରାବତୀ ଡାକ୍ତରଖାନା ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ପାଇଁ ସ୍ଥିର କରାଯାଇଛି । ଇନ୍ଦ୍ରାବତୀ ବଣିକ ସଂଘ ,ଇନ୍ଦ୍ରାବତୀ ନାଗରିକ ମଞ୍ଚ ,ବୁଡ଼ି ଅଞ୍ଚଳ ଗଣ ପରିଷଦ ,ଇନ୍ଦ୍ରାବତୀ ଯୁବଗୋଷ୍ଟି ଙ୍କ ସମେତ ଅନେକ ଲୋକ ଆନ୍ଦୋଳନ ପାଇଁ ସମର୍ଥନ ଜଣାଇଛନ୍ତି । ଆଜି ଦିବା ୧୧ ଘଣ୍ଟା ସମୟରେ ଆୟୋଜିତ ଏହି ବୈଠକ ରେ ଇନ୍ଦ୍ରାବତୀ ପ୍ରକଳ୍ପ ରେ ବସବାସ କରୁଥିବା ସାଧାରଣ ଜନତା ଙ୍କ ସମେତ ଅନେକ ସଂଗଠନ ର କର୍ମକର୍ତ୍ତା ଙ୍କୁ ନେଇ ହୋଇଥିବା ଏହି ବୈଠକ ରେ ଇନ୍ଦ୍ରାବତୀ ଅଞ୍ଚଳର ମୌଳିକ ସମସ୍ୟା ଯଥା ସ୍ଵାସ୍ଥ୍ୟ ସେବା ,ପାନୀୟଜଳ ,ଶିକ୍ଷା ବ୍ୟବସ୍ଥା ,ଗମନା ଗମନ ସେବା ଆଦି ବିଷୟ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକ ରେ ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଗ ,ବଣିକ ସଂଘ ସଭାପତି ଏସ ମୃତ୍ୟୁଞ୍ଜୟ ପାତ୍ର ,ବୋଲ ବୋମ ସେବା ସଂଘ ସଭାପତି ଚନ୍ଦ୍ର ଶେଖର ଦଳେଇ , ,ପରଜା ବାରଙ୍ଗପଦର ପଂଚାୟତ ସମିତି ସଭ୍ୟା ତଥା ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ସୁକାନ୍ତି ମହାନ୍ତି ,ଗୌଡ଼ଦେଓପାଲି ପଂଚାୟତ ସମିତି ସମିତି ସଭ୍ୟ ସୁଧର ଖୁରା ,ବୁଡ଼ି ଅଞ୍ଚଳ ଗଣ ପରିଷଦ ସମ୍ପାଦକ ସୁଧିର ସୁନା ,ବରିଷ୍ଠ ନାଗରିକ ସଂଘ ସଭାପତି ରମେଶ ଚନ୍ଦ୍ର ପଟନାୟକ ,ବାବୁନି ନାୟକ ,ହରିବନ୍ଧୁ ପରିଡା , ପୃଥୀରାଜ ପାଇକରାୟ ,ଯୁବ କୃପା ନିଧି ରାଉତ,,ବିଜେପି ସୋସିଆଲ ମିଡିଆ ସଂଯୋଜକ ଅକ୍ଷୟ ମହାନ୍ତି ଗୋବର୍ଦ୍ଧନ ସାହୁ, ଏବଂ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ସମେତ ଶତାଧିକ ଇନ୍ଦ୍ରାବତୀ ବାସୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସମସ୍ୟା ସମାଧାନ ନହେଲେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୂଯେ ତେବେ ପ୍ରଶାସନ ଦାୟୀ ରହିବ ବୋଲି ଇନ୍ଦ୍ରାବତୀ ବାସୀ କହିଛନ୍ତି । ତୁରନ୍ତ ସମସ୍ୟା ସମାଧାନ ନହେଲେ ଆଗାମୀ ନିର୍ବାଚନ ରେ ଇନ୍ଦ୍ରାବତୀ ବାସୀ ଉପଯୁକ୍ତ ଜବାବ ଦେବେ ବୋଲି ମଧ୍ୟ ନିଷ୍ପତି ନେଇଛନ୍ତି । ଆନ୍ଦୋଳନ ପୂର୍ବରୁ ସମସ୍ୟା ସମାଧାନ ପାଇଁ ଇନ୍ଦ୍ରାବତୀ ନାଗରିକ ମଞ୍ଚ ଦାବି କରିଛି । ନଚେତ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବାନେଇ ବୈଠକ ରେ ଆଲୋଚନା ହୋଇଛି ।ପୁର୍ଣ ମାତ୍ରା ରେ ଡାକ୍ତରଖାନା ଚାଳନା ଯଥା ଡାକ୍ତର, ଦୁଇଜଣ ଫାର୍ମାସିଷ୍ଟ, ଦୁଇଜଣ ଷ୍ଟାଫ ନର୍ସ, ଲାବୋରାଟୋରି ଟେକନିସିଆନ, ଏ ଏନ ଏମ ଅଟେଣ୍ଡାଣ୍ଟ ଯୋଗାଇବା ସହ 102 ଏବଂ 108 ଆମ୍ବୁଲାନ୍ସ ଏହି ଡାକ୍ତର ଖାନା ସହ ଲିଙ୍କ, ଗର୍ଭବତୀ ଙ୍କ ପାଇଁ ଲେବର ରୁମ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ରଖିଛି ନାଗରିକ ମଞ୍ଚ |ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଶିକ୍ଷା ବିଭାଗ କୁ ହସ୍ତାନ୍ତର କେବଳ ଗୋଟିଏ ଚିଠି ବ୍ୟତୀତ ବିଦ୍ୟାଳୟ ସମସ୍ୟା ବିଶେଷ କରି ଶିକ୍ଷକ ସମସ୍ୟା ସମାଧାନ ହୋଇ ନ ଥିବାରୁ ଶିକ୍ଷକ ଯୋଗାଇବା ପାଇଁ ମଧ୍ୟ ଇନ୍ଦ୍ରାବତୀ ବାସି ଦାବିକରିଛନ୍ତି |

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୋକସରା କୃଷି ସମବାୟ ସଭାପତି ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ଜିଲ୍ଲା ସ୍ତରୀୟ ହାଭେଷ୍ଟର ମାଲିକ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!