ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ମଣ୍ଟୁ ନାଏକ ଙ୍କ ସଦର ବ୍ଲକ ଗସ୍ତ

ଭବାନୀପାଟଣା -/   ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକ ସିକୁଆଁ, ଗୁରଜୁଙ୍ଗ ଏବଂ ବୋର୍ଡା ପଞ୍ଚାୟତକୁ ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଗସ୍ତū କରି ସ୍ଥାନୀୟ ବିଜେଡି କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ସହ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ବିଜେଡିର ଏକ ପ୍ରତିନିଧି ଦଳ ତାଙ୍କୁ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ । ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ପ୍ରଦୀପ ଭୋଇଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୋରଭଟ୍ଟା ସରପଞ୍ଚ ବିବେକ ନାଗ, ବଦ୍ରିନାରାୟଣ ଭୋଇ, ୟସ କୁମାର ପ୍ରଧାନ, ଦୟାନିଧି ଜାନୀ, ବ୍ଳକ ଯୁବ ସଭାପତି ଶୁଶିଲ ସାହୁ, ଗୁରଜୁଙ୍ଗ ପଞ୍ଚାୟତ ସଭାପତି ବେଦ ସାହୁ, ସମାଜସେବୀ ରୋସନଲାଲ ଛତର, ନରେନ୍ଦ୍ର ପ୍ରଧାନ, ପରାମାନନ୍ଦ ଭୋଇ, ଦୟାନିଧି ଜାନୀ, ଲମ୍ବୋଦର ସାହୁ, ଧରଣୀଧର ପ୍ରଧାନ, ଧିରଜ ପ୍ରଧାନ, ଯୁଧିଷ୍ଠିର ଜାଲ ବିଜେଡ଼ି ର ସମସ୍ତ ବରିଷ୍ଠ କର୍ମକର୍ତ୍ତା ତଥା ଯୁବ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ରଜନୀ କାନ୍ତ ମିଶ୍ର ଙ୍କ ରିପୋର୍ଟ୍ 

Related posts

ତାରାମଣୀ ମାଝୀ ଙ୍କୁ ନ୍ଯାୟ ନ୍ୟୟ ମିଳିବ କେବେ , ୧୧ମାସ ର ଶିଶୁ କନ୍ୟା କୁ ନେଇ ପ୍ରଶାସନ ର ଦ୍ବାରସ୍ଥ

Sunil Chandra Nayak

ଭବାନୀପାଟଣା ଠାରେ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ର ପ୍ରସ୍ତୁତି ବୈଠକ

Sunil Chandra Nayak

ଉର୍ଲାଦାନୀରେ ବୀର ରେଣ୍ଡୋ ମାଝୀ ଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!