ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ଭେଟିଲେ ସାଂସଦ ରମେଶ ମାଝୀ 

ପାପଡାହାଣ୍ଡି,5/12, ମନିସ — ଗତ ଶୁକ୍ରବାର ରାତ୍ରରେ ଡାବୁଗାଁ ନିକଟ ସରାଗୁଡା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ମୃତ୍ୟୁ ବରଣ କରିଥିବା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ପ୍ରଧାନୀଗୁଡାର ଆନସାର ଖାନଙ୍କ ପରିବାରଙ୍କୁ ସୋମବାର ଭେଟିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ | ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ଏହି ବିଷୟ କୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଆର୍ଥିକ ସହାୟତା ଦେବାପାଇଁ ଅନୁରୋଧ କରିବେ ବୋଲ କହିଛନ୍ତି | ଏନେଇ ସେ ନିଜେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ | ଏହି ଗସ୍ତ ସମୟରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ନବରଙ୍ଗପୁର ଜିଲ୍ଲା ବିଜେଡି ଦଳର ସୋସିଆଲ ମେଡ଼ିଆ ସଂଯୋଜକ ପରେଶ ଜେନା, ବବଲୁ ଖାନ, ପ୍ରଦୀପ ସୁନା ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଚିଲକପୁରରେ କଳସ ଶୋଭାଯାତ୍ରା

Sunil Chandra Nayak

ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ରୁ ନୂଆପଡା ଜିଲ୍ଲାରେ ଖୁସିର ଲହରୀ

Leave a Comment

error: Content is protected !!