ପାପଡାହାଣ୍ଡି,5/12, ମନିସ — ଗତ ଶୁକ୍ରବାର ରାତ୍ରରେ ଡାବୁଗାଁ ନିକଟ ସରାଗୁଡା ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ମୃତ୍ୟୁ ବରଣ କରିଥିବା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ପ୍ରଧାନୀଗୁଡାର ଆନସାର ଖାନଙ୍କ ପରିବାରଙ୍କୁ ସୋମବାର ଭେଟିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ | ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ଏହି ବିଷୟ କୁ ନେଇ ସେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଆର୍ଥିକ ସହାୟତା ଦେବାପାଇଁ ଅନୁରୋଧ କରିବେ ବୋଲ କହିଛନ୍ତି | ଏନେଇ ସେ ନିଜେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବି ବୋଲି କହିଥିଲେ | ଏହି ଗସ୍ତ ସମୟରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ନବରଙ୍ଗପୁର ଜିଲ୍ଲା ବିଜେଡି ଦଳର ସୋସିଆଲ ମେଡ଼ିଆ ସଂଯୋଜକ ପରେଶ ଜେନା, ବବଲୁ ଖାନ, ପ୍ରଦୀପ ସୁନା ପ୍ରମୁଖ ଉପସ୍ଥିତ ଥିଲେ |
ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ