ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଳି ସମାଜ ବିକାଶ ପରିଷଦର ଜିଲ୍ଲାସ୍ତରୀୟ ବୈଠକ ,ବିଭିନ୍ନ ସମସ୍ୟା ଉପରେ ଆଲୋଚନା 

ରାଇଘର( ମ ନି ସ )୧୦/୨୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ମାଳି ସମାଜ ବିକାଶ ପରିଷଦ ଆହ୍ବାନ କ୍ରମେ ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ପାରୁଆ ପଞ୍ଚାୟତର ପଡିଆ ଠାରେ ବିରାଟ ସମାରୋହ ଆୟୋଜନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଲିପିକା ବାରୋଇ, ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ର ଗଣ୍ଡ , ଦଶରଥ ଗୌଡ, ଖଗେଶ୍ୱର ହରିଜନ,ସୁକଦେବ ଗଣ୍ଡ, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଦାଶରଥି ମାଳି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅମିନ୍ଦ୍ର ଖରା, ସମ୍ପାଦକ ଦୈତାରୀ ଖିଲ,ଅବିଭକ୍ତ ସାଂଗଠନିକ ସମ୍ପାଦକ ରାଜେନ୍ଦ୍ର ଖରା,ନବରଙ୍ଗପୁର ଜିଲ୍ଲା ସଭାପତି ତିଲକ ମାଳୀ,ମାଲକାନଗିରି ଜିଲ୍ଲା ସଭାପତି ମଧୁ ମାଳୀ ଓ କୋରାପୁଟ ଜିଲ୍ଲା ସଭାପତି ପଦଲାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ମାଳୀ ସମାଜର ବିକାଶ ଦିଗରେ ବିଶେଷ ଆଲୋଚନା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା l ଅବିଭକ୍ତ କୋରାପୁଟ ଜିଲ୍ଲାର ମାଳୀ ଜାତିକୁ ବନବାସୀ ଆଦିବାସୀ( st )ମାନ୍ୟତା ପ୍ରଦାନ,କୃଷି ଭିତ୍ତିକ ତାଲିମ୍ ର ସୁଯୋଗ ପ୍ରଦାନ,କୃଷି ଉପଯୋଗୀ ଜଳ ସେଚନ ବ୍ୟବସ୍ଥା,ଆବାସିକ ବିଦ୍ୟାଳୟରେ ମାଳୀ ଜାତି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଅଧୟନରେ ସ୍ଥାନ ସଂରକ୍ଷଣ,ରିହାତି ଋଣ ପ୍ରଦାନ ସହ ସମସ୍ତ ସରକାରୀ ଓ ବେସରକାରୀ ସୁଯୋଗ ସୁବିଧା ପ୍ରଦାନ କରିବା ନିମନ୍ତେ ଆଲୋଚନା ସହ ଦାବୀ ପ୍ରଦାନ କରାଯିବା ଭଳି ନାନା ସମସ୍ୟା ଉପରେ ବିଶେଷ ଆଲୋଚନା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମାଳୀ ସମାଜର ଦୁଇ ହଜାରରୁ ଉର୍ଦ୍ଧ ମହିଳା ପୁରୁଷ ଯୋଗ ଦେଇଥିଲେ l ରାଜ୍ୟ ସରକାର ନିକଟରେ ଆଗାମୀ ଦିନରେ ସମସ୍ତ ସମସ୍ୟା କିଭଳି ଉପସ୍ଥାପନା ହେବ ସେଥି ଉପରେ ଗୁରୁତ୍ୱ ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଚମରା ମାଳୀ,ସହନ ମାଳୀ,ପରମାନନ୍ଦ ମାଳୀ,ରାମ କୃଷ୍ଣ ମାଳୀ,ପରମେଶ୍ବର ମାଳୀ,ସନ୍ତୋଷ ମାଳୀ,ବସନ୍ତ ମାଳୀ,ସାଗୁରୁ ମାଳୀ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

Sunil Chandra Nayak

କେସିଙ୍ଗା ଏନଏସି ରେ ମୋ ଖତ କାର୍ଯ୍ୟକ୍ରମ

ଦିନରେ ଅଙ୍ଗନବାଡ଼ି ରାତିରେ ଗୁହାଳ

Sunil Chandra Nayak

Leave a Comment

error: Content is protected !!