କୋକସରା.୧୬/୦୩,- ବୁଧବାର କୋକସରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମ କୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ପରିଚାଳନା କରିଥିଲେ । ଟୀକାକରଣ ଦିବସ ର ମୁଳ ପୃଷ୍ଟଭୁମି ସହ ବିଭିନ୍ନ ଅସାଧ୍ୟ ରୋଗ ଉପରେ ଟୀକା ର ସଫଳ ରୂପାୟନ ଉପରେ ଉପସ୍ଥିତ ଅଧିକାରୀ ମତ ରଖିବା ସହ ଉପସ୍ଥିତ ଆଶା କର୍ମି ଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମହିଳା ସ୍ୱାସ୍ଥ୍ୟକର୍ମି ରମାମଣି ବିଶ୍ୱାଳ, ଆଶାକର୍ମି ତୁଳସା ପୁଝାରି, ଦୁରୁଣୀ ରାଉତ ଙ୍କୁ ଟୀକାକରଣ ଓ ପଲସ ପୋଲିଓ ରେ ଉତ୍ତମ ପ୍ରଦର୍ଶନ ଯୋଗୁଁ ସମ୍ମାନିତ କରାଯାଇଥିଲା । ମ ନି ସ