ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ନୂଆପଡ଼ା : ଦୁଇ ଦିନିଆ ନୂଆପଡା ଜିଲ୍ଲା ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ ଅଶୀତ ତ୍ରିପାଠୀ ଆସି ଗୁରୁବାର ଖଡ଼ିଆଳ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଚାଷ ଦେଖିଛନ୍ତି । ପ୍ରଥମେ ଭାଲଡୁଙ୍ଗରି ଠାରେ ବିକଳ୍ପ ଚାଷ ଓ ବଡ଼ମୂଳା ଠାରେ ମସ୍ଥ୍ୟ ଯାଆଁଳା କେନ୍ଦ୍ର ବୁଲି ଦେଖିଥିଲେ। ସେହିପରି ଖଡ଼ିଆଳ କଲେଜ ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା ୯.୮ କୋଟି ଟଙ୍କା ବ୍ୟୟରେ ଟାଉନ ହଳ ସହ ଓ ଅଡ଼ିଟରିୟମ ଖଡ଼ିଆଳ ବାସୀଙ୍କ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଗସ୍ତରେ ଜିଲ୍ଲାପାଳ ସ୍ବାଧାଦେଵ ସିଂ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, କଲେଜ ଅଧକ୍ଷ ଗଙ୍ଗାଧର ପାଣିଗ୍ରାହୀ, ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜିତ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ ନେଇ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ଗୃହ ଓ ପୁତ୍ତ ନିର୍ମାଣ ବିଭାଗ ଏହି ନିର୍ମାଣ କାର୍ଯ୍ୟ କରିବେ। ଟାଉନ ହଲ ଓ ଅଡ଼ିଟରୀୟମରେ ବର୍ଷକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଏହାର ଦାଇତ୍ୱ ଜିଲ୍ଲାପାଳଙ୍କ ହାତରେ ରହିବ ଏହାର କାର୍ଯ୍ୟକାରିତା ଖଡ଼ିଆଳ ଏନ ଏ ସି ମଧ୍ୟ କରିପାରିବ ବୋଲି ପ୍ରକାଶ କରିଥିଲେ । ଖଡ଼ିଆଳ ଠାରେ ହେଉଥିବା ଟାଉନ ହଲ ଓ ଅଡିଟେରିୟମ ଉପଯୁକ୍ତ ସ୍ଥାନରେ ହେଉଛି ଏହାକୁ କଲେଜ ମଧ୍ୟ ବ୍ୟବହାର କରି ପାରିବ । ଯେମିତି ସ୍ଥାନ ଦରକାର ଯେଉଁଠାରେ ଦୁଇ ଶହ ମୋଟର ସାଇକେଲ ଓ ଦୁଇ ଶହ ଚାରି ଚକିଆ ଗାଡି ରହିପାରିବ ସେହି ପରି ସ୍ଥାନରେ ନିର୍ମାଣ ହେଉଛି । ପରେ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହିତ ବାର୍ତାଲାପ କରି ନୂଆପଡ଼ା ଜିଲ୍ଲାରେ ନୂଆପଡା ଓ ଖଡ଼ିଆଳ ମହାବିଦ୍ୟାଳୟ ଜିଲ୍ଲାର ଉନ୍ନତି ପଥରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । କିଛି ଅସୁବିଧା ଅଛି ତାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହି ତାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଯୁବକ ମାନଙ୍କୁ ଚାକିରୀ ପଛରେ ନଧାଇଁ ନିଜ ନିଜର ଜମିରେ ଚାଷ କରି ଅଧିକ ଲାଭବାନ ହୋଇ ପାରିବେ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଚାଷ ପାଇଁ ଅଧିକ ସହାୟତା ଯୋଗାଇ ଦିଆଯାଉଛି । ବାଜିରା, ଗୁର୍ଜି, ମାଣ୍ଡିଆ, କପା ଚାଷ କରି ଅଧିକ ଲାଭବାନ ହୋଇ ପାରିବେ । ଖଡ଼ିଆଳ କୃଷି ଫାର୍ମ ୪୫ ଏକର ଜମି ଓ ମସ୍ଥ୍ୟ ଚାଷ ପାଇଁ ୨୫ ଏକଡ଼ ଜମି ଅଛି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ଜମି ଗୁଡିକର ବିକାଶ କାର୍ଯ୍ୟ ହାତକୁ ନେଇ ଉନ୍ନତି କରାଯିବ ବୋଲି ପ୍ରକାଶ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଧନ୍ୟବାଦ କେନ୍ଦ୍ର ସରକାର, ଓଡିଶାକୁ ଦେଲେ ପ୍ରାଧାନ୍ୟ

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

ଗୋପଳପୁର ବଜାରରେ ପହଞ୍ଚିଲା ଜ୍ଞାନ ପ୍ରକାଶ ପତ୍ରିକା, ପ୍ରଦାନ କଲେ ଜିଲ୍ଲା ସଭାପତି

Sunil Chandra Nayak

Leave a Comment

error: Content is protected !!