ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ଯୁବ ମୋର୍ଚ୍ଚା ସଭାପତି ଙ୍କ ଅକାଳ ବିୟୋଗ

କୋକସରା,୨ା୬- (ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଜେପି କୋକସରା ମଣ୍ଡଳ ର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକ ଙ୍କ ଅକାଳ ବିୟୋଗ ହୋଇଛି । ତାଙ୍କ ଅକାଳ ବିୟୋଗ ରେ କଳାହାଣ୍ଡି ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି । ବିନୋଦ ନାଏକ ଜଣେ ଯୁବ ସଂଗଠକ ରହି କୋକସରା ମଣ୍ଡଳ ରେ ବିଜେପି କୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କର୍କଟ ରୋଗ ରେ ତାଙ୍କ ଅକାଳ ବିୟୋଗ ସାଥି ଓ ପରିଜନ ଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତାଙ୍କ ଅକାଳ ବିୟୋଗ ରେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଜିଲ୍ଲା ସଂପାଦକ ଗୋଦାବରୀଶ ପାତ୍ର, କୋକସରା ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, କୋକସରା ମଣ୍ଡଳ ପ୍ରଭାରି ଗରୁଡ଼ଧ୍ୱଜ ମାଝୀ, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ ସମେତ ବିଜେପି ର କର୍ମକର୍ତ୍ତା ମାନେ ଶୋକ ବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ତାଙ୍କ ନିଜସ୍ୱ ଗ୍ରାମ ବଙ୍ଗୋମୁଣ୍ଡା ରେ ମଧ୍ୟ ଜଣେ ଦକ୍ଷ ଯୁବ ସଂଗଠକ ଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

Related posts

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ବିକାଶ କଲେଜ ପକ୍ଷରୁ ଚଳିତ ମାଟ୍ରିକ ଗ୍ରେଡ ୧ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଐତିହାସିକ ଅସୁରଗଡ ଦୁର୍ଗ ନିକଟରୁ ମାଓ ପୋଷ୍ଟର

Sunil Chandra Nayak

Leave a Comment

error: Content is protected !!