ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଦମ୍ବରୀ ମହାଖୁଡ଼ ଙ୍କ କବିତା ଜନ୍ମଦାତ୍ରୀ ମା 

ଜନ୍ମଦାତ୍ରୀ ମା 

କାଦମ୍ବରୀ ମହାଖୁଡ଼

ତ୍ୟାଗ ମୂର୍ତ୍ତିମନ୍ତ ବାସ୍ତବ ପ୍ରତୀକ 
ପରିବ୍ୟାପ୍ତ ଯାର ସୀମା ,
ଆତ୍ମା ପରମାତ୍ମା ମଧ୍ୟର ଇଶ୍ୱର 
ଜନ୍ମଦାତ୍ରୀ ଆମ ମା ….. ||
ଯାର କୋଳଭରା ଶାନ୍ତିର ପଲଙ୍କ 
ସେ ଶବ୍ଦ ଅସୀମର ସ୍ୱର୍ଣ୍ଣା ,
ପଣତର କାନି ମୋହବୋଳା ଅଙ୍କ 
ହିସାବ ବିହୀନ ବର୍ଣ୍ଣା…. ||
ଉତ୍ସର୍ଗ ଅର୍ଥର ପରାକାଷ୍ଠା ଶ୍ରେଷ୍ଠ  
ଆଦ୍ୟ ପୂଜୟନୀ ମା ,
ସ୍ନେହ ଗନ୍ତାଘର ହୃଦୟର ପୃଷ୍ଠ
ସେ ସର୍ବଦା ଡାକେ ଆ…… ||
ପୃଥିବୀ ଠାରୁ ବିଶାଳ ତାକୋଳ
ଚିର ବନ୍ଦୟିନୀ ମା ,
କୋମଳ, ସରଳ ମମତାର ବଳ 
ବିପଦେ ତା ସ୍ନେହ ସାହା…||
ଦେବୀତୁଲ୍ୟ ତାର ଅମାପର ରାସ୍ତା 
ସ୍ନେହମୟୀ ଯାର ନାଁ ,
ବୟସ ଲହଡି ହେଉ ଯେତେ ଶସ୍ତା 
କହେ ନାହିଁ କେବେ ଯା ….. ||
ମା , ବୋଉ, ଆମା , ମମି ତାର ଶବ୍ଦ 
ଅର୍ଥ ଯେ ଗୋଟିଏ ମା ,
ଦ୍ୱିତୀୟ ଈଶ୍ୱର ସର୍ବ ଶ୍ରେଷ୍ଠ ବୀର 
ସମଜ୍ଞାନ ମଣି ମା … ||

ଗୁଡ଼ିଆନାଳି , ଢେ଼ଙ୍କାନାଳ

Related posts

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦଯାପିତ

Sunil Chandra Nayak

ଓଡ଼ିଶା କୁଡୁମି ସେନା ସ୍ବାଭିମାନ ଦିବସରେ ରାଜ୍ୟସଭା ସାଂସଦ ମମତା ମହାନ୍ତ,ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!