ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ସ୍ମୃତି ର କାରୀଗର

ସ୍ମୃତି ର କାରୀଗର

 

କୁନା ସେଠୀ

 

ସ୍ମୃତିଟିଏ ପାଇଁ କାରୀଗର ଭାଇ

ଲଗାଇ ନିଜର ବଳ

କରମ ଭିତରେ କରମ କରି ସେ

କରିଥାଏ ନିଜ ଖେଳ

ପାଏ ସେ ନିଜର ଫଳ

ଫଳ ର ଭିତରେ ଖୋଜେ ନିଜ ସ୍ମୃତି

ପିନ୍ଧି ଦେଇ ସ୍ମୃତି ଖୋଳ ।

 

ଦିନ ହଜିଯାଏ ରାତି ହଜିଯାଏ

ହଜିଯାଏ ଖାଦ୍ୟ ବାସ

ବାସ ର ସାଥିରେ ହସ ହଜିଯାଏ

ସରିଯାଏ ଦିନମାସ

ଆୟୁଷ ହୁଅଇ ଶେଷ

ତଥାପି ମନରେ ଉଙ୍କି ମାରେ ତାର

ସ୍ମୃତିଟି ର ରୂପ ବେଶ ।

 

ଧନ ସରିଯାଏ ମାନ ସରିଯାଏ

ସରିଯାଏ ସବୁ ନିଜ

ନିଜର ଭିତରେ ଖୋଜି ବୁଲେ ସିଏ

ସ୍ମୃତି ରାଇଜର ଶେଜ

କରିବାକୁ ତହିଁ ରାଜ

କଉଶଳ ନିଜ ଆରମ୍ଭ କରଇ

ଭୁଲି ଯାଇ ସବୁ ଲାଜ ।

 

ସାଧନା ନିଜର ଜାରି ରହେ ତାର

ରଖିବାକୁ ସ୍ମୃତିଟିଏ

ଧରେ ତଲବାର ଅବା ସେ କଲମ

ସ୍ମୃତି କୁ ପାଇବା ଯାଏ

କହିପାରେ ନାହିଁ କିଏ

ସ୍ମୃତି ରଖିବାକୁ ଅବା ପାଇବାକୁ

କଷ୍ଟ କରିବାକୁ ହୁଏ ।

 

ଶାସକ,ଶାସିକା ଅବା ସେ ପ୍ରେମିକା

ସ୍ମୃତି ପାଇଁ ସେ ପାଗଳ

କବି ବା ଲେଖକ ଅବା ସେ ସୈନିକ

ଖଟାନ୍ତି ତହିଁରେ ବଳ

ମିଳିଥାଏ ତାର ଫଳ

ସ୍ମୃତି ଟିଏ ରଖି କାରୀଗର ସାଜି

ସାରିଥାନ୍ତି ନିଜ ଖେଳ ।

 

ରହିଛି ରହିବ ସେହି ଆଶା ଟିକ

ସବୁରି ଜୀବନେ ଆମ

ସବୁ ଥାଇ ଯଦି ସ୍ମୃତି ନ ରହିଲା

ଜୀବନର ନାହିଁ ନାମ

ସେଥି ପାଇଁ ଆମ କାମ

ସ୍ମୃତି କାରୀଗର ସାଜି ଜଣେ ଜଣେ

ରଖିବା ସ୍ମୃତି ଟେ ଆମ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା ବରଷା ଆକାଶ ବାହାଘର

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!