ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼ର ୧୪.୫୬ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ସୁନ୍ଦରଗଡ଼ର ୧୪.୫୬ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ୫ କେଜି ଚାଉଳ

ସୁନ୍ଦରଗଡ଼, ୧୨ ଜୁନ୨୬ : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଓଡ଼ିଶାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଭର୍ଚୁଆଲ୍ ମାଧ୍ୟମରେ ଏହି ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବିକାଶ ଭବନ ସଭାଗୃହରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ କାର୍ଡ ବିତରଣ କରିଥିଲେ। ସେ ତାଙ୍କ ବକ୍ତବ୍ଯ ରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପଗୁଡ଼ିକ ବିଷୟରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ଓ ଜନମଙ୍ଗଳକାରୀ ପଦକ୍ଷେପ। ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS)ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ମୁଣ୍ଡପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ। ଏପ୍ରିଲ, ମେ ଓ ଜୁନ ମାସର ଚାଉଳ ଏକକାଳୀନ ଭାବେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯିବ।

ଏହି ଯୋଜନା ଦ୍ୱାରା ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ଗରିବ, ଦୁର୍ବଳ ଓ ଅସହାୟ ପରିବାରମାନଙ୍କ ଜୀବନଯାପନରେ ସହାୟତା ମିଳିବ। ଏହା ରାଜ୍ୟ ସରକାରଙ୍କ ସମାବେଶୀ ବିକାଶ ଓ ସାମାଜିକ ସୁରକ୍ଷା ପ୍ରତିବଦ୍ଧତାର ଏକ ଉଲ୍ଲେଖନୀୟ ନିଦର୍ଶନ।

ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ NFSA ଓ SFSS ଅନ୍ତର୍ଗତ ମୋଟ ୪,୪୪,୨୧୯ କାର୍ଡଧାରୀଙ୍କ ୧୪,୫୬,୨୨୪ ଜଣ ହିତାଧିକାରୀ ଏହି ଯୋଜନାରୁ ଉପକୃତ ହେବେ। 

ଏହି ଅବସରରେ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ମୁଖ୍ୟ ଅତିଥି ଶ୍ରୀ ଭୋଇ ବିତରଣ କରିଥିଲେ। ସୁଭଦ୍ରା ଶକ୍ତି ସମ୍ବାଦ ଯୋଜନା ମାଧ୍ୟମରେ ମଧ୍ୟ ଅଙ୍ଗନାୱାଡି କର୍ମୀ ମାନଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଶୁଭଙ୍କର ମହାପାତ୍ର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ସନ୍ତୋଷ କୁମାର ଅମାତ, ଟିଏସସିସି ସଦସ୍ୟା ଶ୍ରୀମତୀ କୁସୁମ ଟେଟେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ କୁମାର ସାହୁ, ସଦର ଉପ-ଜିଲ୍ଲାପାଳ ତେଜସ୍ୱିନୀ ବେହେରା, ସାଂସଦ ପ୍ରତିନିଧି ଶ୍ରୀ ରଞ୍ଜିତ କୁମାର ନାୟକ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସଞ୍ଜୟ ପ୍ରଧାନ, ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀ ଓ ଶ୍ରୀ ମନୋଜ କୁମାର ରଥଙ୍କ ସମେତ ବହୁ ହିତାଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

masiha

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣଠାରେ ହିନ୍ଦୁ ଏକତା ମଞ୍ଚ,ଭାରତ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!