ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ 

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ 

ରାଉରକେଲା: ନୂଆ ଭାବେ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅଭିଯାନ ର ରଜମହୋତ୍ସବ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଆବାହକ ମୁକ୍ତିକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ଆରଏସପିର ସିଜିଏମ ହିରାଲାଲ ମହାପାତ୍ର, ସ୍ବତନ୍ତ୍ର ଅତିଥି ଭାବେ ରୋନି କର,ସାଇନି ସିଲକୀ,ନରେନ ଦାସ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆମ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ଚିତ୍ରାଙ୍କନ,ପାନ ଭଙ୍ଗା, ପୋଡ଼ପିଠା, ଅଳତା ଲଗାଇବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଡା ଅର୍ଚ୍ଚନା ବେହେରା, ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ, ସବିତା ମହାନ୍ତି,ମମତାଞ୍ଜଳୀ ଦାସ,ଜୟଶ୍ରୀ ପାଣିଗ୍ରାହୀ, ରଞ୍ଜିତା ବେହେରା, ଉର୍ମିଳା ମହନ୍ତ,ରୋନି କର, ସାଇନି ସିଲକୀ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହ ବିଭିନ୍ନ ଅନୁଷ୍ଠାନ ତରଫରୁ ରଜ ସମ୍ପର୍କୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆବାହକ ଶ୍ରୀ ବେହେରାଙ୍କ ବ୍ୟତୀତ ସହ ଆବାହକ ମୈତ୍ରୀ ମଞ୍ଜୁଶ୍ରୀ ପାଢ଼ୀ,ଲୁସି ଦାଶ, ସାଧାରଣ ସମ୍ପାଦକ ଅମ୍ରିତା ନିଲମ, ସଭାପତି ଦିପିକା ମହାନ୍ତି, କାର୍ଯ୍ୟକାରୀ ସଭାପତି କଳ୍ପନା ଭଞ୍ଜ,ରୁନି ଶତପଥୀ, ସୁମିତ୍ରା ସ୍ବାଇଁ,ରଜନୀ ନାୟକ, ସୁପ୍ରଭା ବେହୁରିଆ, ଦେବେନ୍ଦ୍ର ପଲେଇ ଓ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡା ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଙ୍କ ଯୋଗଦାନ

Sunil Chandra Nayak

ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ସଚେତନତା ଶିବିର  

Sunil Chandra Nayak

ବାଣପୁର ଅଞ୍ଚଳର ବରିଷ୍ଟ ରାଜନେତା ତଥା ସମାଜସେବୀ ସୁଶିଲ୍ ବିଷୋୟୀଙ୍କ ଦ୍ବାଦଶାହ ସ୍ମୁତିଚାରଣ ସଭା

Sunil Chandra Nayak

Leave a Comment

error: Content is protected !!