ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ଉପଜିଲ୍ଲାପାଳ ଓ ବିଧାୟକ ଙ୍କ ଦ୍ୱାରସ୍ତ ହେଲେ ଚାଷୀ

ଇନ୍ଦ୍ରାବତୀ ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ଉପଜିଲ୍ଲାପାଳ ଓ ବିଧାୟକ ଙ୍କ ଦ୍ୱାରସ୍ତ ହେଲେ ଚାଷୀ

ଦାବି ପୂରଣ ନ ହେଲେ ୭ ପରେ ଆନ୍ଦୋଳନ ଚେତାବନୀ….

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟ ରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। 

ମେଗାଲିଫ୍ଟ ବିଭାଗୀୟ ଅଧିକାରୀ ମାନେ ଚାଷି ଙ୍କୁ ଭୁଆଁ ବୁଲାଇ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ବନ୍ଦ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଚାଷୀନେତା ଙ୍କ କହିବା ମତେ ଗତବର୍ଷ ଠାରୁ ଚଳିତ ବର୍ଷ ଜଳସ୍ତର ଅଧିକ ରହିଥିବା ସ୍ଥଳେ ମେଗାଲିଫ୍ଟ ବିଭାଗୀୟ ଅଧିକାରୀ ମାନେ କାହିଁକି ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା କୁ ନେଇ ସନ୍ଦେହ ରେ ଚାଷୀକୁଳ ରହିଛନ୍ତି। ଗତବର୍ଷ ରବି ଚାଷ ପାଇଁ ବ୍ଲକ ର ପାଖାପାଖି ୧୧ ହଜାର ହେକ୍ଟର ଜଳସେଚନ ହୋଇଥିବା ବେଳେ ଚଳିତ ବର୍ଷ କାହିଁକି ଜଳସେଚନ ପାଇଁ କଟକଣା ଜାରି କରାଯାଇଛି ତାହା କୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ। ଏନେଇ ସୋମବାର ସଚେତନ କୃଷକ ମଂଚ ପକ୍ଷରୁ ଜଳସେଚନ ଯୋଗାଇ ଦେବାକୁ ଶହ ଶହ ଚାଷୀ ଆଜି ଧର୍ମଗଡ ଉପଜିଲ୍ଲାପାଳ ଓ ଧର୍ମଗଡ ବିଧାୟକ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଦେବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟା ର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଚାଷୀ ଏବଂ ଚାଷୀ ନେତା ମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ରେ କୃଷକ ମଞ୍ଚ ସଭାପତି ଶିବ ପ୍ରସାଦ ପ୍ରଧାନି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଚାଷି ପଙ୍କଜ ଚୌଧୁରୀ, ରାଜେଶ ବନ ସଲ,ମଣ୍ଟୁ ଦାସ,ଓ ପଞ୍ଚକ ପୋଡ଼ ଙ୍କ ସମେତ ଧର୍ମଗଡ ବ୍ଲକ,କୋକସରା ବ୍ଲକ ଓ ଜୟପାଟଣା ବ୍ଲକ ର ହଜାର ହଜାର ଚାଷୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା କର୍ମକର୍ତ୍ତା ଙ୍କ ଏକତା ମଞ୍ଚ 

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!