ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାନ୍ୟ ଫିଉଜ ଟିଏ ପାଇଁ ୪ଘଣ୍ଟା ଅନ୍ଧାର,ଗ୍ରାମବାସୀ ହନ୍ତସନ୍ତ 

ସାମାନ୍ୟ ଫିଉଜ ଟିଏ ପାଇଁ ୪ଘଣ୍ଟା ଅନ୍ଧାର,ଗ୍ରାମବାସୀ ହନ୍ତସନ୍ତ 

ଭଞ୍ଜନଗର ୧୧/୦୭ ଉତ୍ତମ ବିଦୂତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିଦୂତ ବିତରଣ ପାଇଁ ଟାଟା ପାୱାର ହାତକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଟାଟା ପାୱାର ସମସ୍ତଙ୍କ ଆଶାକୁ ଧୂଳିସାତ କରିଦେଇଚି। ସାମାନ୍ୟ ବର୍ଷା ଟିକିଏ ହେଲେ ଘଣ୍ଟା ଘଣ୍ଟା ପାୱାର କଟ, ଯଦି କାହାର ଘରୋଇ ସଂଯୋଗରେ କିଛି ଅସୁବିଧା ହୁଏ କିମ୍ବା ଟ୍ରସ୍ଫୋର୍ମ ରୁ ପାୱାର କଟିଯାଏ ତେବେ ସଜାଡ଼ିବାକୁ କର୍ମଚାରୀ ଆସିବାପାଇଁ ହେଲେ ଅନଲାଇନରେ ଅଭିଯୋଗ କରିବା ପାଇଁ ପଡୁଛି ସେଥିରେ ଦିନ ଦିନ ବିତିଯାଉଛି। ଆଜି ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଧୀନ ଡିହପଢାଳ ଗ୍ରାମରେ। ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଟ୍ରାନ୍ସଫରରୁ ହଟାତ ଫିଉଜ ପଳାଇଥିଲା କିନ୍ତୁ ବିଡମ୍ବନାର ବିଷୟ ଏହାକିଯେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ବିଭାଗୀୟ କର୍ମଚାରୀ ଆସିନଥିଲେ କି ଫିଉଜକୁ ସଜାଡି ନଥିଲେ। ଦୀର୍ଘ ୫ଘଣ୍ଟା ପରେ ଗ୍ରାମବାସୀ ମାନେ ଟ୍ରାନ୍ସଫର ନିକଟକୁ ଆସି ହଟଗୋଳ କରିଥିଲେ କିଛି ସମୟ ପରେ ବିଦୂତ ବିଭାଗ କର୍ମଚାରୀ ମାନେ ଆସି ବୁଝାସୁଝା କରି ଫିଉଜ ସଜାଡି ବିଦୂତ ସେବା ସ୍ୱାଭାବିକ କରାଇଥିଲେ। ପ୍ରଶ୍ନ ଉଠୁଛି କେବେ ଟାଟା ପାୱାର ନିଜର କାର୍ଯ୍ୟ ସୁଚାରୁ ରୁପେ କରିବ ଏବଂ ଜନସାଧାରଣ ଉପକୃତ ହେବେ।

Related posts

Silver Jubilee Celebration or 42 Mouza Bikash Parisad.

Sunil Chandra Nayak

ନିର୍ମାଣଧିନ ବ୍ରିଜ ର ସେଟରିନ ଦବିଥିଲା ଏବେ ବର୍ଷା ରେ ଆପ୍ରୋତ ରୋଡ଼ ଭାସି ଯାଇଛି ଯାତାୟତ ର ବିକଳ୍ପ ଅନ୍ୟ ରାସ୍ତା

Sunil Chandra Nayak

କାଠମାଣ୍ଡୁଠାରେ ଓଡ଼ିଆ ସାହିତ୍ୟ ସମାବେଶ ଅନୁଷ୍ଟିତ , କଳାହାଣ୍ଡିରୁ ଚାରିଜଣ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!