ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

ବେଆଇନ ମୋରମ ଓ ପଥର ଚୋରି, ପ୍ରଶାସନର ରାତ୍ରିକାଳୀନ ଚଢ଼ାଉ: ୪ଟି ଗାଡ଼ି ଜବତ 

ବ୍ରହ୍ମପୁର; ୧୧/୦୭ : କୁକୁଡାଖଣ୍ଡି ବ୍ଲକରେ ବେଆଇନ ଗୌଣ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନକୁ ନେଇ ଦୀର୍ଘଦିନ ଧରି ବିଭିନ୍ନ ମହଲରୁ ଅଭିଯୋଗ ଆସୁଥିବା ବେଳେ ବିଳମ୍ବରେ ପଛେ ହେଉ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଆରମ୍ଭ କରିଛି। ଏହି କ୍ରମରେ ଶୁକ୍ରବାର ବିଳମ୍ବିତ ରାତିରେ କୁକୁଡାଖଣ୍ଡି ତହସିଲ ତରଫରୁ ପ୍ରଶାସନ ଓ ଖଣି ବିଭାଗର ମିଳିତ ସହଯୋଗରେ ବେଆଇନ ମୋରମ ପରିବହନ ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।

           ଏହି ଚଢ଼ାଉରେ କୁକୁଡାଖଣ୍ଡି ତହସିଲଦାର ରାଜକିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜସ୍ୱ ନିରୀକ୍ଷକ ରମେଶ ଜେନା, ନୀଳାଞ୍ଚଳ ବେହେରା, ଜୀବନଜ୍ୟୋତି ସାହୁ, ସୁଶାନ୍ତ ପାତ୍ର ଓ ରାଜେଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

            ଚଢ଼ାଉ ସମୟରେ ବୋରିଗାଁ ଆର୍‌ଆଇ ସର୍କଲ ଅଧୀନ ବରପଲ୍ଲୀ ମୌଜାରୁ ଓଆର ୧୪-କ୍ୟୁ-୬୬୧୫ ନମ୍ବର ବିଶିଷ୍ଟ ଏକ ଟ୍ରକକୁ ବେଆଇନ ମୋରମ ପରିବହନ ଅଭିଯୋଗରେ ଜବତ କରାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରହ୍ମପୁର ସଦର ଥାନାକୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଲାଠି ଆର୍‌ଆଇ ସର୍କଲ ଅଧୀନ ମହୁଡା ମୌଜାରୁ ଓଡ଼ି-୦୫ବିୱାଇ -୦୫୪୪,ଓଡ଼ି-୦୫ ବିୱାଇ-୦୫୩୧ ଓ ଓଡ଼ି-୦୫ବିୱାଇ-୦୫୮୩ ନମ୍ବର ବିଶିଷ୍ଟ ତିନୋଟି ହାଇୱାକୁ ଜବତ କରାଯାଇ ଗୋଳନ୍ଥରା ଥାନାକୁ ହସ୍ତାନ୍ତର କରାଯାଇଛି।

            ଉଲ୍ଲେଖଯୋଗ୍ୟ ଯେ, ସମ୍ପ୍ରତି କୁକୁଡାଖଣ୍ଡି ବ୍ଲକରେ ବେଆଇନ ଖଣି ଖନନ, ମୋରମ ଓ ପଥର ପରିବହନ, କ୍ରସର ପରିଚାଳନା ଏବଂ ପରିବେଶ ପ୍ରଦୂଷଣକୁ ନେଇ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ଉଠିଆସୁଛି। ଏହାର ପ୍ରେକ୍ଷାପଟରେ ପ୍ରଶାସନ ପକ୍ଷରୁ ହୋଇଥିବା ଏହି ଚଢ଼ାଉକୁ ବେଆଇନ ଖଣି କାରବାର ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

            ପ୍ରଶାସନିକ ସୂତ୍ରରୁ ପ୍ରକାଶ ଯେ, ବେଆଇନ ଖଣି ଖନନ ଓ ଗୌଣ ଖଣିଜ ପରିବହନ ଯୋଗୁଁ ସରକାରୀ ରାଜସ୍ୱ କ୍ଷତିଗ୍ରସ୍ତ ହେବା ସହ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡ଼ୁଛି। ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଜାରି ରହିବ ଏବଂ ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Related posts

ବାଇକ ଧକ୍କାରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ ଘଟଣା ; କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

masiha

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

Sunil Chandra Nayak

ମହିଳା ଙ୍କୁ ଅସଦାଚରଣ ଅଭିଯୋଗରେ ୪ ଯୁବକ ଗିରଫ

masiha

Leave a Comment

error: Content is protected !!