ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୭ ଜଣ ଜନ୍ତୁ ଶିକାରୀ ଗିରଫ, ୨ଟି ବନ୍ଧୁକ ଗୋଟିଏ ହରିଣ ସିଂଘ,ଫାଶ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ 

ବନବିଭାଗ ଟାରଗେଟ୍ ରେ ଜନ୍ତୁ ଶିକାରୀ 

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ମିଳିବ ବନ୍ଧୁକ 

ଶିକାରୀଙ୍କୁ ଧରିବା ପାଇଁ ବୁଲିବ ଡ୍ରୋନ୍‌ କ୍ୟାମେରା 

କାମାକ୍ଷାନଗର (ମ ନି ସ)୨୩/୦୬_ଗତ କିଛି ଦିନି ତଳେ ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିରେ ବନ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହେବାକୁ ନେଇ ରାଜ୍ୟର ଜୀବଜନ୍ତୁ ଥିବା ଅଞ୍ଚଳରେ ବନବିଭାଗ କର୍ମଚାରୀ ଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିନେଇ ଢ଼େଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ଆଠଗଡ଼ ଅଞ୍ଚଳରେ ଜନ୍ତୁ ଶିକାରୀଙ୍କୁ ଧରିବା ପାଇଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ନିର୍ଦ୍ଦେଶ କ୍ରମେ ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଷଡ଼ଙ୍ଗି ରେଞ୍ଜ୍ ଓ ଯୋରନ୍ଦା ବନ କର୍ମଚାରୀ ଓ ଢେଙ୍କାନାଳ ସ୍କ୍ବାଡ଼ର ମିଳିତ ଚଢ଼ାଉରେ କାଶିପୁର, କୋକୁଆଝର ଗ୍ରାମର ଲକ୍ଷ୍ମଣ ଗାଗେରାଇ, ରାମ ଗାଗେରାଇ , ଲକ୍ଷ୍ମଣ ମୁଣ୍ଡା,ମକୁରୁ ହେର୍ମରମ, ବିମ୍ବାଧର ସାଏ, ଓ ଯୋରନ୍ଦା ଅଞ୍ଚଳର କାଳିଆ ନାୟକ ଓ ଗରିବ ନାୟକ, ପ୍ରମ୍ମୁଖ ୭ଜଣ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ବନ୍ଧୁକ ଗୋଟିଏ ହରିଣ ସିଂଘ,ଫାଶ ଓ ମାରଣାସ୍ତ୍ର ଜବତ ହୋଇଛି। ଏବେ ଢେଙ୍କାନାଳ ଜିଲ୍ଲା ବିଭିନ୍ନ ଜଙ୍ଗଲରେ ଜନ୍ତୁ ରହିଥିବା ଅଞ୍ଚଳ ଗୁଡ଼ିକରେ ଶିକାରୀ ଓ ମାଂସ ବେପାରୀ କାଠ ଚୋରା ବେପାରୀ ଓ ପଥର ମାଫିଆ ମାନେ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛ । ଯାହା ଫଳରେ ବନ ବିଭାଗ କର୍ମଚାରୀ ଅସୁରକ୍ଷିତ ଅବସ୍ଥାରେ କାର୍ଯ୍ୟକରୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଅସ୍ତ୍ର ଦିଆଯାଉନଥିବାରୁ ଶିକାରୀ ଓ କାଠ ମାଫିଆ ଗୁଳିରେ ଶିକାର ହୋଇଛନ୍ତି। ଏଥିନେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ବନ୍ୟଜନ୍ତୁ ସୁରକ୍ଷା ପାଇବା ସହ ଜଙ୍ଗଲରୁ ଚୋରା କାଠ ଚାଲାଣ ବନ୍ଦ ହୋଇ ପାରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।  

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚଢା ଦରରେ ବିଦେଶୀ ମଦ (MRP) ଠାରୁ ଅଧିକ ଦରରେ ମଦ ବିକ୍ରି ଅଭିଯୋଗ 

Sunil Chandra Nayak

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ବେକ ରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା,ପୋଲିସ ର ତଦନ୍ତ ଜାରୀ

Sunil Chandra Nayak

Leave a Comment

error: Content is protected !!