ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ : ବିଭିନ୍ନ ପ୍ରକଳ୍ପର ତଦାରଖ

ଭବାନୀପାଟଣା ତା : 23.06.2023 – ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା , ଥୁଆମୂଳ ରାମପୁର , ମୁଖିଗୁଡା , ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ର ତଦାରଖ କରିଛନ୍ତି । ଗତ କାଲି ତା 22.06.2023 ରିଖରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ , କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା ଉପରେ କୃଷି, ପଶୁ ସମ୍ପଦ , ଉଦ୍ୟାନ, ମତ୍ସ୍ୟ , ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର , ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ , ଡବ୍ଲୁ ଓ ଡି ସି ଟେକନିକାଲ ପରାମର୍ଶଦାତା ଶ୍ରୀ ସୁନୀଲ ନାୟକ , ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଭବାନୀପାଟଣା ସହରର ମତ୍ସ୍ୟ କାର୍ଯ୍ୟ।ଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ , କାନିଗୁମା କଫି ପ୍ଳାଣ୍ଟେସନ , ଥୁଆମୂଳ ରାମପୁର ର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ। ଥୁଆମୂଲ୍ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରି ଙ୍କୁ କହିଥିଲେ। ଥୂଆମୁଲ ରାମପୁର ର ପର୍ଯ୍ୟଟନ ଆକର୍ଷଣ “ହେଲୋ ପଏଣ୍ଟ” ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ ।ସେଭଳି ଧର୍ମଗଡ ସ୍ଥିତ ଟାଉନ ହଲ ର ପୁନରୁଦ୍ଧାର କାର୍ଯ୍ୟ , ସିଆଲିକାନୀ କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ ଆହାର ରୋଷେଇ କେନ୍ଦ୍ର ଉଦ୍ଘାଟନ କରିଥିଲେ ।ଧର୍ମଗଡ ଗସ୍ତ ସମୟରେ ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ ଉପସ୍ଥିତ ଥିଲେ।ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଗଡିସାର ପୋଲ କାର୍ଯ୍ୟ ଅଗ୍ରଗତି ପରିଦର୍ଶନ କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ।ଶେଷରେ ଭବାନୀପାଟଣା ସହର ନିକଟସ୍ଥ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷ ଙ୍କ ଗସ୍ତ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସି ଡି ଓ ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଭ୍ୟ ଶ୍ରୀ ଅବିନାଶ ଠାକୁର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବି ଡି ଓ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Regional level Divyang Conference held at Rayagada

masiha

କଟନୀ ଛଟନୀକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ ବିଜେପି କୃଷକ ମୋର୍ଚ୍ଚା ସଭାପତି

masiha

ଅବକାରୀ ସହ ନିରିକ୍ଷଜଙ୍କ ଯୋଗଦାନରେ ଖୁସିର ଲହରୀ

Sunil Chandra Nayak

Leave a Comment

error: Content is protected !!