ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋକ୍ସୋ ଓ ଏସ୍‌ସି-ଏସ୍‌ଟି ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ପୋକ୍ସୋ ଓ ଏସ୍‌ସି-ଏସ୍‌ଟି ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ : ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପୋକ୍ସୋ (POCSO) ଅଧିନିୟମ ଓ ଅନୁସୂଚିତ ଜାତି ଏବଂ ଜନଜାତି (ନିର୍ଯ୍ୟାତନା ନିବାରଣ) ଅଧିନିୟମ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଚନ୍ଦନ ସେଠୀ, ଧର୍ମଗଡ଼ ଆଇନଜୀବୀ ସଂଘର ସମ୍ପାଦକ ଭବାନୀ ଶଙ୍କର ପଣ୍ଡା, ସିଡିପିଓ ଧରିତ୍ରୀ ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ଧୀରେନ୍ଦ୍ରନାଥ ପାତ୍ର, ତାଲୁକ ଆଇନ ସେବା ସମିତିର ସଦସ୍ୟ ତଥା ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ରିଟେନର ଆଇନଜୀବୀ ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ସାମନ୍ତସିଂହାର ପୋକ୍ସୋ ଅଧିନିୟମ ଓ ଅନୁସୂଚିତ ଜାତି ଏବଂ ଜନଜାତି (ନିର୍ଯ୍ୟାତନା ନିବାରଣ) ଅଧିନିୟମର ବିଭିନ୍ନ ବ୍ୟବସ୍ଥା, ଏହାର ଉଦ୍ଦେଶ୍ୟ ଏବଂ ଆଇନର ସଠିକ୍ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ସାଧାରଣ ଲୋକଙ୍କୁ ଆଇନ ସମ୍ପର୍କରେ ସଚେତନ ହେବା ସହ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ରହିବାକୁ ଆହ୍ୱାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ..

Related posts

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ 

masiha

ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ବାର୍ଷିକ ମହାସଭା ଓ ନିର୍ବାଚନୀ ସଭା

Sunil Chandra Nayak

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

Sunil Chandra Nayak

Leave a Comment

error: Content is protected !!