ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

ରାୟଗଡ’:-ତା. ୧୦/୦୭-ଓଡିଶା ସାହିତ୍ୟ ଏକାଡେମୀ ଓ ରାୟଗଡ ଜିଲ୍ଲାପ୍ରଶାସନ ତରଫରୁ ଓଡିଶା ସାହିତ୍ୟ ଏକାଡେମୀର ୬୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ବିଭିନ୍ନ ପ୍ରତିଯୋଗୀତା ଯଥା କନିଷ୍ଟ ଓ ବରିଷ୍ଠ ବର୍ଗରେ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ଓ ସାଧାରଣ ଜ୍ଞାନ ଓ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୧ଟି ବ୍ଲକରୁ ୭୨ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ କନିଷ୍ଟ ବର୍ଗର ପ୍ରବନ୍ଧରେ ସ୍ୱପ୍ନା ସାବତ, ବକ୍ତୃତାରେ କେଦାରନାଥ ନାଏକ, କବିତା ଆବୃତ୍ତିରେ ମାମାଲି ପୀଡ଼ିକlକl,ସାଧାରଣ ଜ୍ଞାନ ଓ ଅନୁବାଦରେ ଆରୀୟାନ ନାୟକ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ସେହିପରି ବରିଷ୍ଠ ବର୍ଗର ପ୍ରବନ୍ଧରେ ଲିକ୍ସା ପ୍ରଜ୍ଞା ଛନ୍ଦ , ବକ୍ତୃତାରେ କଲ୍ୟାଣୀ ନାଗ, କବିତା ଆବୃତ୍ତିରେ ଶ୍ରାବଣୀ ପ୍ରଧାନ,ସାଧାରଣ ଜ୍ଞାନ ଓ ଅନୁବାଦରେ ସାଇବାଗ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ରାଜ୍ୟସ୍ତରରେ କୃତକାର୍ଯ୍ୟ ହେଲେ ଆସନ୍ତା ୨୫ଜୁଲାୟୀ ୨୦୨୪ରିଖରେ ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ପୁରସ୍କୃତ କରାଯିବ l ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀଙ୍କ କପ୍ରତ୍ୟେକ ତତ୍ତ୍ୱlବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଭଗବାନ ଖରା ଯୋଗଦାନ କରି ସମସ୍ତ କୃତୀ ପ୍ରତଯୋଗୀମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯାଇଥିଲା l ଏହି ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବିଚାରକ ଭାବରେ ଶିକ୍ଷୟତ୍ରୀ ମମତା କର, କାଞ୍ଚନ ସାହୁ, ମଧୁସ୍ମିତା ଦାଶ, ଶିକ୍ଷକ ପ୍ରଦୀପ ତ୍ରିପାଠୀ, ସରଜ ପାତ୍ରୀ, ନୀଳାଚଳ ପଣ୍ଡା ଆଡି ପରିଚାଳନା କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମୀ ଉତ୍ସବ

masiha

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!