ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁକାନ୍ତି

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁକାନ୍ତି

ବାଲେଶ୍ଵର,୧୦/୭/୨୪- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହ୍ବାର୍ଟସ୍ଅପ୍ ଗୃପ୍ ରେ ପ୍ରତି ରବିବାର ପରି ତା ୦୭/୭/୨୪ ରିଖ ଦିନ କ୍ଷୁଦ୍ରଗଳ୍ପକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ଜହ୍ନ ରାତ୍ରିର କଥା । ଏଥିରେ (୧) ସ୍ନିଗ୍ଧା ମହାନ୍ତି, ନାହାଙ୍ଗା, ଝାଡେଶ୍ବରପୁର, କଟକ (୨) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୩) ମମତା ବେହୁରା, କଟକ (୪) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୫) ସାଇ ସମୀକ୍ଷା ରଥ, ଧୂଷୁରୀ, ଭଦ୍ରକ (୬) ସମାପ୍ତି ବେହେରା, କୋହି, ମୟୂରଭଞ୍ଜ (୭) ଆନନ୍ଦିନୀ ମିଶ୍ର, ଝାରସୁଗୁଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

           ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡଃ ନାରାୟଣ ଚନ୍ଦ୍ର ସେନାପତି, ଯିଏ କି ପେଷାରେ ଜଣେ ଶିକ୍ଷକ ଓ ନିଶାରେ ଜଣେ ସୁ-ସାହିତ୍ୟିକ, ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭରା ଗ୍ରାମରେ । ହେଲେ ସେ ତେଲକୋଇ ବ୍ଲକରେ ଶିକ୍ଷକତା କରନ୍ତି କିନ୍ତୁ ସାହିତ୍ୟ ସାଧନାକୁ କେବେ ହେଲେ ଅବହେଳା କରନ୍ତି ନାହିଁ । ତାଙ୍କ ସମୀକ୍ଷାରୁ ସୁକାନ୍ତି ସ୍ବାଇଁ ପ୍ରଥମ, ଆନନ୍ଦିନୀ ମିଶ୍ର ଦ୍ବିତୀୟ ଓ ସଞ୍ଜୁକ୍ତା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ଅନ୍ୟ ସମସ୍ତେ ଭଲ ଲେଖି ଥିବାରୁ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ସମ୍ପାଦକ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ 

Sunil Chandra Nayak

ମୂର୍ଚ୍ଛନା ପରିବାରର ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

Leave a Comment

error: Content is protected !!