ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି

ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି

ବାମେବାରୀ ତା ୦୨/୦୫/୨୬,ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ଦବୁନା ଶତପ୍ରତିଶତ ସଫଳତା ହାସଲ କରିଅଛି, ସମୁଦାୟ ୨୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ଶିବାନୀ ବେହେରା A2 (84.83%) ,B1 ଦୁଇ ଜଣ ମାଳତୀ ବାରିକ ଏବଂ (76.16%) ମନମୋହିନୀ ବାରିକ (71%), B2 (64.5%) ରଖି ଅଙ୍କିତା ବେହେରା ଉତ୍ତୀର୍ଣ୍ଣ ହୋଇଥିବା ବେଳେ C ଗ୍ରେଡ ରେ 5 ଜଣ,D ଗ୍ରେଡ଼ ରେ 6 ଜଣ ଏବଂ E ଗ୍ରେଡ଼ ରେ 11 ଜଣ ପାସ କରିଥିବା ଜଣାପଡିଛି, ତେବେ ସମୁଦାୟ ୨୬ କୁ ୨୬ ଜଣ ଯାକ ପରୀକ୍ଷାର୍ଥୀ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ରାଉତ ଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି, ଆଞ୍ଚଳିକ ଅଧିବାସୀ ଓ ବୁଦ୍ଧିଜୀବିଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଖେଳିଯାଇଛି, ଏଥିନିମନ୍ତେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଭୂରି ଭୂରି ପ୍ରସଂସା କରାଯାଉଛି ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

SANJIBANI SEVA FOUNDATION’S SECOND ANNUAL CELEBRATION AND HEALTH CAMP HELD.

masiha

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରେସ ମିଟରେ ସୂଚନା ଦେଲେ ଡାବୁଗାଁ ବିଧାୟକ

masiha

Leave a Comment

error: Content is protected !!