ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ନର୍ଲା ବ୍ଲକ ରେ ଏ – 1 ଗ୍ରେଡ଼ ରେ ମାତ୍ର 3ଜଣ 

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ, ନର୍ଲା ବ୍ଲକ ରେ ଏ – 1 ଗ୍ରେଡ଼ ରେ ମାତ୍ର 3ଜଣ 

ରୁପ୍ରା, 2/5 (ଅଜୟ ସେନାପତି ) : ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ବାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି l ଚଳିତ ବର୍ଷ ନର୍ଲା ବ୍ଲକରେ ଏ 1 ଗ୍ରେଡ଼ରେ ମାତ୍ର 3ଜଣ ସ୍ଥାନ ପାଇଛନ୍ତି, ତୁଲାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠର ଦୁଇଜଣ ଛାତ୍ରୀ ଅର୍ପିତା ସ୍ୱାଇଁ ଓ ସ୍ନେହମୟୀ ନାୟକ ତଥା ଉଲିକୁପା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସୌମ୍ୟରଂଜନ ରଣା ରହିଥିବା ସୂଚନା ମିଳିଛି l ତୁଲାପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ସୁନାନୀଙ୍କ ସୂଚନା ମୁତାବକ ତାଙ୍କ ସ୍କୁଲର ଅର୍ପିତା ସ୍ୱାଇଁ ବାପା ଉମେଶ ଚନ୍ଦ୍ର ସ୍ୱାଇଁ ମାତା ଅଞ୍ଜଳି ସ୍ୱାଇଁ ଓ ସ୍ନେହମୟୀ ନାୟକ ବାପା ସଚ୍ଚିଦାନନ୍ଦ ନାୟକ ମାତା ସରିତା ନାୟକ ଦୁଇଜଣ ଛାତ୍ରୀ ଏ 1 ଗ୍ରେଡ଼ ପାଇ ବିଦ୍ୟାଳୟର ଗର୍ବ ଓ ଗୌରବ ଆଣିପାରିଥିବା ବେଳେ ଶତ ପ୍ରତିଶତ ପାସ ହାର ଯୋଗୁଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଉକ୍ତ ବିଦ୍ୟାଳୟର ମୋଟ 100ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏ1 – 2ଜଣ, ଏ2 – 20ଜଣ, ବି1 – 35ଜଣ, ବି2 – 24ଜଣ, ସି – 13ଜଣ, ଡି – 4ଜଣ ଓ ଇ – 2ଜଣ ସମସ୍ତେ ପାସ ହୋଇଛନ୍ତି l ସେହିପରି ରୁପ୍ରା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରାଙ୍କ ସୂଚନା ମୁତାବକ ତାଙ୍କ ବିଦ୍ୟାଳୟର ମୋଟ 82ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବି1 – 5ଜଣ, ବି2 – 7ଜଣ, ସି – 19ଜଣ, ଡି – 31ଜଣ ଓ ଇ – 19ଜଣ ପାସ ହୋଇଥିବା ବେଳେ ଜଣେ ଛାତ୍ର ଫେଲ ହୋଇଛନ୍ତି l ଟକର୍ଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ 45ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ2 ଜଣେ, ବି1 – 2ଜଣ, ବି2 – 6 ଜଣ, ସି – 18ଜଣ, ଡି – 11ଜଣ, ଇ – 6 ଜଣ ପାସ ହୋଇଥିବା ବେଳେ ଜଣେ ଫେଲ ହୋଇଛନ୍ତି l ଶ୍ରୀପୁର ହାଇସ୍କୁଲର 21 ଜଣ ମଧ୍ୟରୁ ବି1 – 4ଜଣ, ବି2 – 9ଜଣ, ସି – 2ଜଣ, ଡି – 5ଜଣ ଓ ଇ ଗ୍ରେଡ଼ରେ ଜଣେ ମୋଟ 21 ରୁ 21ଜଣ ପାସକରି ଶତ ପ୍ରତିଶତ ରେଜଲ୍ଟ ହୋଇଛି l ସେହିପରି ମୁସ୍କୁଟି ସ୍ଥିତ ଏମ ପି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 82ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 81ଜଣ ପାସ କରିଛନ୍ତି, ଏ2 – ଜଣେ, ବି1 – 11ଜଣ, ବି2 – 25ଜଣ, ସି – 29ଜଣ, ଡି – 14ଜଣ ଓ ଇ ଗ୍ରେଡ଼ରେ ଜଣେ ପାସ କରିଛନ୍ତି l ବାକି ଅନ୍ୟ ବିଦ୍ୟାଳୟ ମାନଙ୍କ ରେଜଲ୍ଟ ହସ୍ତଗତ ହୋଇ ପାରିନାହିଁ l

Related posts

ଭାଲୁ ଚଲାପଥ ନେଇ ସତର୍କ ସୂଚନା ଫଳକ ଲଗାଇଲା ବନ ବିଭାଗ

masiha

କୌଶଳୀ କୁଇନ ମୀରା ବାଇ ପାଣିଗ୍ରାହୀ ସମ୍ମାନିତ

Sunil Chandra Nayak

କେସିଙ୍ଗା ରେ ଡ୍ରାଇଭର ମାନଙ୍କ ଷ୍ଟିୟରିଂ ଛାଡ ଆନ୍ଧୋଳନ

Sunil Chandra Nayak

Leave a Comment

error: Content is protected !!