ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା … ସ୍ୱାତୀ ମହାକୁଡ ୫୭୭ ମାର୍କ ରଖି ଜିଲ୍ଲା ରେ ପ୍ରଥମ,ଧର୍ମଗଡ଼ ର ଜୋସେଫ ନାଏକ ୫୪୦ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ

ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା …

ସ୍ୱାତୀ ମହାକୁଡ ୫୭୭ ମାର୍କ ରଖି ଜିଲ୍ଲା ରେ ପ୍ରଥମ,ଧର୍ମଗଡ଼ ର ଜୋସେଫ ନାଏକ ୫୪୦ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ

ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଉଛି l କଳାହାଣ୍ଡିର ୩୪୩ ବିଦ୍ୟାଳୟ ରୁ ୨୦୯୬୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଓ ୩୮୦ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ। ଖୁସିର କଥା ଏହି ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୧୮ ଜଣ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l

ଆହୁରି ଉଲ୍ଲେଖନୀୟ ଯେ ଧର୍ମଗଡ଼ ବ୍ଲକ ର ୧୨ ଟି କେନ୍ଦ୍ର ରେ ୨୯ ଟି ମାଧ୍ୟମିକ ବିଦ୍ୟାଳୟ ରୁ ୧୮୮୪ ଜଣ ମଧ୍ଯ ରୁ ୧୮୨୨ ଜଣ ପରୀକ୍ଷା ଦେଇଥିଲେ l ତନ୍ମଧ୍ୟରୁ A1 ଗ୍ରେଡ ରେ ୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ରୁ ଜଣେ  ପର୍ଲl ରୁ ୩ ଜଣ,ସନ୍ଧି କୁଲିହାରି ରୁ ୬ଜଣ, ଟିପି ଗୁଡା ରୁ ୬ ଜଣ, ବେହେରା ରୁ ଜଣେ, ଖଇରପଦର ରୁ ଜଣେ,ସରସ୍ୱତୀ ଶିଶୁମନ୍ଦିର ରୁ ୫ ଜଣ,ଜୟନ୍ତପୁର ବାଳିକା ବିଦ୍ୟାଳୟ ରୁ ୨ ଜଣ ତେଲିପଲାସ ରୁ ଜଣେ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଙ୍କ ଠାରୁ ପ୍ରକାଶ।ଧର୍ମଗଡ଼ ଉଚ୍ଚ ବିଦ୍ୟାଳୟ ରେ ଜୋସେଫ ନାଏକ ୫୪୦ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୬୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୪ଜଣ ପାସ କରିଛନ୍ତି ବୋଲି ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରକାଶ। ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ସ୍ନେହlଶିନି ଭୋଇ ୫୬୨ ରଖି ବ୍ଲକ ର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି l

କଳାହାଣ୍ଡି ଜିଲ୍ଲା ଗଣନାଥପୁର ଉଚ୍ଚ ବିଦ୍ୟାଳୟ ର ସ୍ୱାତୀ ମହାକୁଡ ୫୭୭ନମ୍ବରରୁ ରଖି ଜିଲ୍ଲାରେ ପ୍ରଥମ ସ୍ଥାନରେ ଅଛନ୍ତି ବୋଲି ପ୍ରକାଶ ପାଇଛି। ସେହିପରି ଧର୍ମଗଡ଼ ବ୍ଲକର ପର୍ଲl ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖିଲେଶ୍ୱରୀ ମେହେର ୫୬୧ ନମ୍ବର ରଖି ଦ୍ଵିତୀୟ ସ୍ଥାନରେ ଥିବା ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଦ୍ୟାଳୟର କନିଷ୍ଠ ସହାୟକଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା 

masiha

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

ଆମେ ସ୍ବପ୍ନ ଦେଖିଥିଲେ ସ୍ବପ୍ନ ଦେଖାଇ ପାରିବା, ମା କୁ ଯିଏ ଭଲପାଏ ନାହିଁ ସେ କାହାର ହୋଇପାରେନା: କୁମରବର ଦାସ

Sunil Chandra Nayak

Leave a Comment

error: Content is protected !!