ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ

ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ

ଜୟପାଟଣା ବ୍ଲକ ଅନ୍ତର୍ଗତ କାଳୀକୃଷ୍ଣ ସଂଘ ଉଛଳା ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ ପରେ ଜୁହାର ଭେଟ ଏକ ପରମ୍ପରା ରହିଛି। ନୂଆଖାଇ ଭେଟଘାଟରେ ଶିଷ୍ୟଶିଷ୍ୟା ମାନେ ଗୁରୁଙ୍କର ଦର୍ଶନ କରିବା ସହ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ମାନଙ୍କର ମଧ୍ୟରେ ଜୁହାର ଭେଟ ହୋଇ ଥାଏ। ଏହି ଭେଟଘାଟ ଅବସରରେ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଙ୍କ ଦ୍ଵାରା ଲିଖିତ ଓ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ” ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ” ଉନ୍ମୋଚିତ ହୋଇଥିଲା।ସଂଘ ତରଫରୁ ଗୁରୁଜୀ ଓ ଅତିଥିମାନଙ୍କୁ ମହାସମାରୋହରେ ସ୍ବାଗତ ପରେ ଶ୍ରୀଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା। ପରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ ଜୀ, ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ମଞ୍ଚାସୀନ ହୋଇଥିଲେ। କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜ ପ୍ରକୃତିର ସଂରକ୍ଷଣ ପାଇଁ ୪୨ବର୍ଷ ଧରି ମହାବିଷ୍ଣୁ ଯଜ୍ଞର ଆୟୋଜନ କରିଆସୁଛନ୍ତି। ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ କରି ବଞ୍ଚାଇବାପାଇଁ ଅହରହ ଚେଷ୍ଟା ଚାଲିଛି। ଆଜି ମଧ୍ୟ ଉଛଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଗଦାନନ୍ଦଜୀ ମହାରାଜ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀଙ୍କୁ ନିଜ ଜନ୍ମ ଦିନରରେ ବୃକ୍ଷ ରୋପଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ନୂଆଖାଇ ହେଉଛି ପ୍ରକୃତି ପ୍ରତି ସମ୍ମାନ, ପ୍ରକୃତିର ଉପାସନା ବୋଲି ଶ୍ରୀ ଜଗଦାନନ୍ଦଜୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଂଜାମ ଜିଲ୍ଲାର ଶୁଭେଚ୍ଛୁ ଓ ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ। ଉଛଳା ଶାଖା ସଂଘର କର୍ମକର୍ତ୍ତା, ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାଳୀକୃଷ୍ଣ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

 

 

 

 

    

Related posts

ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

masiha

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

masiha

ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

masiha

Leave a Comment

error: Content is protected !!