ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

   କାମାକ୍ଷାନଗର (ମନିସ)5/9/25 — ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚମାଞ୍ଚଳ ରେଞ୍ଜ କୀର୍ତ୍ତନ ପୂରୁ ସେକ୍ସନ ଅନ୍ତର୍ଗତ କଣ୍ଟା ପାଳ ରଗୁଡ଼ି ସାହି ର ଚିତ୍ତରଞ୍ଜନ ସିଂହ ଙ୍କ କୂଅରେ ଆଜି ସକାଳ ସମୟ ରେ ଏକ ଜଙ୍ଗଲି ଵାରାହା ପଡ଼ି ଥିବା ଦେଖିବାକୁ ମିଳିଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ବନବିଭାଗ ଏବଂ ଅଗ୍ନିଶମ ବାହିନୀକୁ ଜଣେଇ ଥିଲେ । ଲୋକଙ୍କ କହିବା କଥା ଆଜି ରାତ୍ରି ସମୟରେ ବାରାହା କୁ ଦେଖି କୁକୁର ମାନେ ଜୋର୍ ରେ ଭୁକି ଥିଲେ । ଅନ୍ଧାର ରାତି ହୋଇଥିବାରୁ କୁକୁର ଙ୍କ ଭୟରେ ବାରାହାଟି କୂଅ ଭିତରେ ପଡ଼ିଯାଇ ଥିବା ଅନୁମାନ କରାଯାଉଛି। ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ଓ ବନ ବିଭାଗ କର୍ମଚାରୀ ମାନଙ୍କ ସହାୟତାରେ ବାରାହା ଟିକୁ ଉଦ୍ଧାର କରି ନିକଟସ୍ଥ ଅନନ୍ତ ପୁରୁ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବୈଦ ସାହୁ ଙ୍କ ପରଲୋକ 

Sunil Chandra Nayak

ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା! ମଣିଷ ବଦଳ ରେ ମେସିନ କରୁଛି କାମ! ନିରୀହ ଆଦିବାସୀ ଙ୍କ ନା ରେ ଉଠୁଛି ଟଙ୍କା କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା ଏ ଟି ଏମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ରେ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!