ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ 

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ 

ରାଉରକେଲା: ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଲାଠିକଟା ବ୍ଲକ୍ ର କର୍ଲାଖମନ ସ୍ଥିତ ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯାଇଛି। ଭାଇବ୍ରାଣ୍ଟ ର ସଭାପତି ରୋଟାରିଆନ ଡ ମୀନତି ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ ପଣ୍ଡା ଗୁରୁଦିବସ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହା ସହ ସେଠାରେ ଶିକ୍ଷାଦାନ କରୁଥିବା ସମସ୍ତ ୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚନ୍ଦନ,ପୁଷ୍ପ ଓ ଉତ୍ତରୀୟ ଦିଆଯାଇ ସମ୍ମାନିତ କରାଯିବା ସହ ସମସ୍ତଙ୍କୁ ଉପହାର ସ୍ବରୂପ କାନ୍ଥ ଘଣ୍ଟା ପ୍ରଦାନ କରାଯାଇଥିଲା। ରୋଟାରୀଆନ ଅଜିତ ମୋହନ ପୁଜାରୀ ଭଜନ ଓ ସଂଗୀତ ପରିବେଷଣ କରିଥିଲାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାର୍ଥନା ଗାନ କରିଥିଲେ। ପରେ ସମସ୍ତଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଅର୍ଚ୍ଚନା ଦେବତା, ରୋଟାରୀଆନ ଡ ସଞ୍ଜୁକ୍ତା ପତି, ରୋଟାରୀଆନ ସବିତା ମହାନ୍ତି ଓ ଅତିଥି ଭାବେ ଆରତୀ ପଣ୍ଡା ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

masiha

ବିଶିଷ୍ଟ ମାର୍କସବାଦୀ ଜନନାୟକ,ସି ପି ଆଇ ଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

masiha

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

masiha

Leave a Comment

error: Content is protected !!