ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ ସ୍ଥଳୀ କାର୍ଯ୍ୟ ତଦାରଖ ସହ ସ୍ୱଚ୍ଛତାକୁ ନେଇ ସମୀକ୍ଷା କଲେ ଡିଏଫଓ ଓ ଉନ୍ନୟନ କମିଟି

କୋକସରା,୦୩/୦୨- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ଜଙ୍ଗଲ ବିଭାଗ ପକ୍ଷରୁ ଭିତ୍ତିଭୂମି ବିକାଶ ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି। ଗୁରୁବାର କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଡିଏଫଓ ଦୟାନନ୍ଦ ଗଜାନନ ଲାଡେ ଡୋକରୀଚଞ୍ଚରା ପରିଦର୍ଶନ କରି ବିଭାଗ ପକ୍ଷରୁ ଜାରି ରହିଥିବା ଉନ୍ନୟନ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ତଦାରଖ କରିବା ସହ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଅପରିଷ୍କାର ପରିବେଶ ମଇଳା ଆବର୍ଜନା ହୋଇଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନୂଆବର୍ଷ ଓ ବର୍ଷର ଅନ୍ୟ ସମୟରେ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଦ୍ୱାରା ବର୍ଜ୍ୟବସ୍ତୁକୁ ପର୍ଯ୍ୟଟନ ସ୍ଥଳୀରେ ଏଣେ ତେଣେ ଫୋଫାଡ଼ି ଦେଉ ଥିବାରୁ ପର୍ଯ୍ୟଟନ ସ୍ଥଳୀଟି ଅପରିଷ୍କାର ସହ ଦୂଷିତ ବାତାବରଣ ଯୋଗୁଁ ପରିବେଶବିତ୍ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହାକୁ ନେଇ ଡିଏଫଓ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ଉନ୍ନୟନ କମିଟି ଓ ବନ କର୍ମଚାରୀଙ୍କ ମିଳିତ କମିଟି ଗଠନ କରି ପର୍ଯ୍ୟଟନ ସ୍ଥଳୀକୁ ବଣଭୋଜି ଓ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଠାରୁ ଟିକସ ଆଦାୟ କରି ପର୍ଯ୍ୟଟନ ସ୍ଥଳୀ ସ୍ୱଚ୍ଛତା ଓ ପରିଛନ୍ନତା ରଖିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ଦାୟିତ୍ୱ ନେବାକୁ ଗୁଡହାଣ୍ଡି ଉନ୍ନୟନ କମିଟି ସହ ଆଲୋଚନା କରିଛନ୍ତି। ଏହି ବୈଠକରେ ଉନ୍ନୟନ କମିଟି ର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ଚକାଡୋଳା ପାତ୍ର, ସୁଧୀର ପାତ୍ର, ସମ୍ପାଦକ ନିଳାମ୍ବର ନାଏକ, ସହ ସମ୍ପାଦକ ଆଦିତ୍ୟ ପଣ୍ଡା, ମଧୁବନ ପାତ୍ର, ଯତୀନ୍ଦ୍ର ମାଝୀ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କାଉର, ବେହେରା ଫରେଷ୍ଟର ଫାଲ୍ଗୁନି ମେହେର, ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ, ଗିରିଧାରୀ ଗୌଡ଼ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

masiha

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

କର୍ଲାମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!