ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନ୍ୟାୟ ଅପେକ୍ଷାରେ ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଗ୍ରାହକ ଜାଣୁନି ପ୍ରଶାସନ,ବୁଝୁନି ସରକାର

ନ୍ୟାୟ ଅପେକ୍ଷାରେ ରାଜ୍ୟବ୍ୟାପୀ ଲକ୍ଷ ଲକ୍ଷ ଅସନ୍ତୁଷ୍ଟ ଗ୍ରାହକ ଜାଣୁନି ପ୍ରଶାସନ,ବୁଝୁନି ସରକାର

     ମସିହା ବ୍ୟୁରୋ _ଗତ ତା୨୭/୦୫/୨୦୨୫ରିଖ ମଙ୍ଗଳବାର ଦିନ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ (ଭୁବନେଶ୍ୱର) ଦ୍ବାରା ପ୍ରତାରିତ ହୋଇଥିବା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯଥା ଢେଙ୍କାନାଳ,ନୟାଗଡ଼,ହିନ୍ଦୋଳ, ନରସିଂହପୁର,ନିଶ୍ଚିତକୋଇଲି,ନିମାପଡ଼ା,ଛେଣ୍ଡିପଦା,କାମାକ୍ଷାନଗର,ଲୋଇସିଂହା ରୁ ପ୍ରାୟ ପଚାଶ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ନିଜ ଅଞ୍ଚଳରେ ହୋଇଥିବା କେଳେଙ୍କାରୀ ତଥା ଆଶୁ ସମାଧାନ ପାଇଁ ଆସିଥିବା ବେଳେ ସେମନଙ୍କର ଅଭିଯୋଗ ପତ୍ରକୁ ତମାଣ୍ଡୋ ଥାନା ଟାଳଟୁଳ ନୀତି ଅବଲମ୍ବନ କରିଵା ସହିତ ସମସ୍ତ ଅଭିଯୋଗକାରୀଙ୍କୁ ଅପରାହ୍ନ ୨ଘଟିକା ରୁ ୯ଘଟିକା ପର୍ଯ୍ୟନ୍ତ ପ୍ରାୟ ସାତ ଘଣ୍ଟା ପରେ ସମାଧାନ କରିବେ କଣ ଲୋକ ଦେଖାଣିଆ ଭାବେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ସୁଦ୍ଧା ପଞ୍ଜୀକୃତ କରା ଯାଇ ନଥିବାର ଯାହା ସୂଚନା ମିଳିଛି।ମହିଳା ଅଭିଯୋଗ କାରୀ ମାନେ ନଖାଇ ନପିଇ ଏପରିକି କିଛି ମହିଳା ନିଜର ଛୋଟ ପିଲା ମାନଙ୍କୁ ନେଇ ଅତି ବିକଳତାର ସହ ନ୍ୟାୟ ପାଇଁ ଅପେକ୍ଷା କରିଥିବାର ଦେଖିଵାକୁ ମିଳିଥିଲା।ଆଶୁ ସମାଧାନ ପାଇଁ ଯାଇ ବିଳମ୍ବିତ ରାତିରେ ସମସ୍ତେ ନିରାଶ ହୋଇ ଘରକୁ ଫେରିଥିଲେ।

               ପ୍ରକାଶ ଥାଉ କି ରାଜ୍ୟ ବ୍ୟାପୀ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ର ଲକ୍ଷ ଲକ୍ଷ ଅସନ୍ତୁଷ୍ଟ କର୍ମଚାରୀ ତଥା ଗ୍ରାହକ ମାନେ ମିଛ ପ୍ରତିଶ୍ରୁତି ର ଶୀକାର ହୋଇଥିବା ବେଳେ ଅଭିଯୋଗର ଫର୍ଦ୍ଦ ବେଳକୁବେଳ ବଢି ଚାଲିଛି।ପୋଲିସ ପ୍ରଶାସନ ଓ କିଛି ନେତା ମନ୍ତ୍ରୀଙ୍କ ଛତ୍ରଛାୟାରେ ସଂସ୍ଥା ନିଜର କଳାସାମ୍ରାଜ୍ୟ ବଢ଼ାଇ ଚାଲିଥିବା ବେଳେ ବିରୋଧ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କର ନ୍ୟାୟ ପାଇଁ ଉଠୁ ଥିବା ସ୍ବରକୁ ଚାପି ଦେବା ପାଇଁ ଅପଚେଷ୍ଟା ଚାଲିଛି।କଳାକାରନାମା କୁ ବିରୋଧ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ମିଛ କେଶ୍ ରେ ଫସାଇ ଚୁପ୍ ରହିବା ପାଇଁ ବାଧ୍ୟ କରାଯାଉଛି।ବାଡ଼ ଯଦି ଫସଲ ଖାଇ ଯାଏ ଏଠି କହିବା କାହାକୁ ଶୁଣିବ କିଏ ବୋଲି ଅସନ୍ତୁଷ୍ଟ କର୍ମଚାରୀ ଓ ଗ୍ରାହକ ମାନେ ମତ ରଖୁଛନ୍ତି।ଗତ ୧୨/୦୩/୨୦୨୫ରିଖ ରେ ଓଡ଼ିଶାର ବିଭିନ୍ନ ବ୍ଲକରୁ ଅସନ୍ତୁଷ୍ଟ କର୍ମଚାରୀ ଓ ଗ୍ରାହକ ମାନଙ୍କ ତରଫ ରୁ ସମାଧାନ ପାଇଁ ସୋସାଇଟିର ମୂଖ୍ୟ ଶ୍ୟାମଲାଲ୍ ପଧାନଙ୍କୁ ଅବଗତ କରାଯିବା ପରେ ଆଶୁ ସମାଧାନର ପ୍ରତିଶ୍ରୁତି ପୁନଃ ମିଥ୍ୟା ବୋଲି ପ୍ରମାଣିତ ହେଵା ପରେ ଗତ ତା୨୫/୦୪/୨୦୨୫ ରିଖ ରେ ଭୁବନେଶ୍ୱର ଠାରେ ଅର୍ଥନୈତିକ ଅପରାଧ ଶାଖା ରେ ମଧ୍ୟ ସଂସ୍ଥା କୋଟି କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ କରିବା ପୂର୍ବକ 2125/R ନମ୍ବର ରେ ଅଭିଯୋଗ ଗ୍ରହଣ କରାଯିବା ପରେ ଯାହା ଏବେ ତଦନ୍ତ ପରିସରଭୁକ୍ତ ହୋଇଛି ବୋଲି ସୂଚନା ମିଳୁଛି।

          ଏବେ ଦେଖିବାକୁ ବାକି ର଼ହିଲା କେବେ ଅସନ୍ତୁଷ୍ଟ କର୍ମଚାରୀ ଓ ଗ୍ରାହକ ମାନେ ନିଜର ହରେଇଥିବା ସମ୍ମାନ ଓ ପ୍ରାପ୍ୟ ଫେରିପାଇବେ।ସାରା ଓଡ଼ିଶାରେରେ ଲକ୍ଷ ଲକ୍ଷ ଲୋକ ଠକାମିର ଶୀକାର ଅବା କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଉପରିସ୍ଥ ଅଧିକାରୀ ମାନଙ୍କର କଳାକାରନାମ ତଦନ୍ତ ପରିସରଭୁକ୍ତ ହେଲେ ଆଗାମୀ ଦିନରେ ଵହୁ ନିରୀହ ଜନତା ଉପକୃତ ହେବେ ବୋଲି ଆଶା କରାଯାଇ ପାରେ।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

masiha

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

masiha

ପ୍ରକାଶ ପାଇଲା ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ମାତଙ୍ଗିନୀ

masiha

Leave a Comment

error: Content is protected !!