ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର/ଛାତ୍ରୀ ଯେମିତି,ବିଦ୍ୟାଳୟ ପରିବେଶ ସେମିତି,ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ହେବତ ଏମିତି

ନବରଙ୍ଗପୁର— (ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡଓଲମା ସରକାରୀ ଆଶ୍ରମ ବିଦ୍ୟାଳୟଟି ୬ଷ୍ଟ ଶ୍ରେଣୀ ରୁ ୮ମ ଶ୍ରେଣୀରେ୨୮୯ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି।ଉକ୍ତ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ନିବାସ ରହି ଥିବାବେଳେ ଶ୍ରେଣୀ ଗ୍ରୁହର ଅଭାବ ଥିବାରୁ ଅନ୍ୟତ୍ର ୯ମ ଓ ୧୦ମ ଶ୍ରେଣୀ ନିମନ୍ତେ ଅନ୍ୟସ୍ଥାନରେ ବିଦ୍ୟାଳୟ ଖୋଲାଯାଇଛି,ଯାହାକି ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ।ହେଲେ ଆଶ୍ରମ ବିଦ୍ୟାଳୟର ଡାଇସ୍ କୋର୍ଡ୍ ୨୧୨୮୦୨୦୦୧୦୨ ଦ୍ଵାରା ଦୁଇଟି ବିଦ୍ୟାଳୟ ଚାଲିଛି। ମୁଳ ବିଦ୍ୟାଳୟଟିର ପରିବେଶ ଦେଖିଲେ ସେହି ବିଦ୍ୟାଳୟଟି ୫ଟିବିଦ୍ୟାଳୟ ରେ ଅନ୍ତର୍ଭୁକ୍ତ ହୋଇ ଥିବ ବୋଲି ଯେ କେହି କହିବ।ଶିକ୍ଷାରେ ଏହି ବିଦ୍ୟାଳୟ ଛାତ୍ର ଛାତ୍ରୀ ଶତ ପ୍ରତିଶତ ଉତ୍ତୀର୍ଣ ହେବା ଦେଖିବାକୁ ମିଳେ।ପ୍ରଧାନ ଶିକ୍ଷକ ଯେମିତି,ସହକାରୀ ଶିକ୍ଷକ ସମସ୍ତେ, ଛାତ୍ର/ଛାତ୍ରୀ ବଛଳ ସହ ଅବସର ସମୟରେ ବୈଷୟୀକ ମୁଳକ ଶିକ୍ଷା ଦେଇ ଛାତ୍ର ଛାତ୍ରୀ ମାନଙ୍କ ମନକୁ ଦ୍ରୁଢ କରାଇ ବହୁ ବୁଦ୍ଧିମାନର ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି।ପରିବେଶ ସ୍ଵଛତା ଉପରେ ଧ୍ୟାନ ରଖି ସକାଳରେ ଖାଉଥିବା ବିସ୍କୁଟ ଜରିକୁ ବାହାରେ ନ ପକାଇ ସେହି ଜରିକୁ ନେଇ ବିଭିନ୍ନ ପ୍ରକାର ଆସନ,ପୋଷାକ,ସପ ଭଳି ଶୋଇବା ପାଇଁ ତିଆରି କରି ପରିବେଶକୁ ସ୍ଵଛ ରଖିବା ସହିତ ସ୍ଵଛ ଭାରତ ଅଭିଯାନରେ ସାମିଲ କରିଥାଆନ୍ତି।ଆହୁରି ମଧ୍ୟ ଫିନାଇଲ ତିଆରି କରି ଘରକୁ ଜୀବାଣୁ ମୁକ୍ତ ଓ ପରିବେଶକୁ ଜୀବାଣୁମୁକ୍ତ କରି ସୁସ୍ଥ ପରିବେଶ ସ୍ରୁଷ୍ଟି କରିବାରେ ସହାୟକ ହୋଇ ଥାଆନ୍ତି।ବିଦ୍ୟାଳୟ କମିଟି ମଧ୍ୟ ସେଥିରୁ ବାଦଯିବେ ନାହିଁ ।ପ୍ରତି ଶିକ୍ଷକ ଅଭିଭାବଜ ସଭାରେ ବହୁ ସଙ୍ଖାରେ ଅଭିଭାବକ ଅଭିଭାବିକା ଆସି ଥାଆନ୍ତି।ଛାତ୍ରୀ ମାନଙ୍କ ଦ୍ଵାରା ଆକର୍ଶଣୀୟ ଝୋଟି ସହ ଆଗନ୍ତୁକ ମାନଙ୍କର ପାଦ ଧଉତ କରାଇ ଚନ୍ଦନ ଟିକା ଲଗାଇ ବେଶ ଅଭିଭାବକ ଅଭିଭାବିକା ମନକୁ କିଣିଥାଆନ୍ତି।ବିଦ୍ୟାଳୟ ହେବତ ଏମିତି,ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ହେବତ ଏମିତି,ଛାତ୍ର/ଛାତ୍ରୀ ହେବତ ଏମିତି,ବିଦ୍ୟାଳୟକମିଟି ସହ ଅଭିଭାବକ ଅଭିଭାବିକା ହେବତ ଏମିତି ବୋଲି ଵୁଦ୍ଧିଜୀଵୀ ମହଲରେ ଚର୍ଚ୍ଚା ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

୧- ସରସ୍ୱତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ,୨- ଚୋରା ବାଲି ଚାଲାଣ ବେଳେ ଚାରି ହାଇୱା ଜବତ

Sunil Chandra Nayak

ଉତ୍କଳମଣି ଙ୍କ ଜୟନ୍ତୀ ପାଳନ 

Sunil Chandra Nayak

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

masiha

Leave a Comment

error: Content is protected !!